ମୁଖ୍ୟମନ୍ତ୍ରୀଙ୍କ କଥାକୁ ପୋଲିସର ବେଖାତିର । ଲୋକଙ୍କୁ ଖରାପ ବ୍ୟବହାର କରିବା ଅଭିଯୋଗ ପରେ, କାଗଜ କଲମ ଧରି ଥାନାରେ ବିଧାୟକ ।

4,260

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖାତିର କଲାନି ପୋଲିସ । ଲୋକଙ୍କୁ ଭଲ ବ୍ୟବହାର ଦେଖାଅ, ତାଙ୍କ ଅଭିଯୋଗକୁ ଗୁରୁତର ସହ ନେବାକୁ ମୁଖ୍ୟମନ୍ତ୍ରୀ କହିବା ପରେ ବି ସୁଧୁରୁନି ପୋଲିସ । ଥାନାକୁ ଅଭିଯୋଗ କରିବାକୁ ଆସିଲେ ପୋଲିସ ଭୟ ଦେଖାଉଛି । ଜଗତସିଂହପୁରରୁ ଏପରି ଏକ ଅଭିଯୋଗ ଆସିଛି ।

ଥାନାରେ ପୋଲିସ ଲୋକଙ୍କ ଅଭିଯୋଗ ଗ୍ରହଣ କରୁନି। ଏପରି ଅଭିଯୋଗ ପାଇବା ପରେ ବିଧାୟକ ଅମରେନ୍ଦ୍ର ଦାସ ଥାନାକୁ ଆସିଛନ୍ତି । ଆଉ ସାଙ୍ଗରେ କାଗଜ କଲମ ଆଣି ଦେଇଛନ୍ତି। ଲୋକଙ୍କୁ ବସିବା ପାଇଁ ଜାଗା ଦେବାକୁ କହିଛନ୍ତି ବିଧାୟକ । ନଚେତ ଥାନା ପରିସରରେ କେଉଁଠି ଜାଗା ଅଛି ଦେଖାଇଲେ ବିଧାୟକ ଘର କରିଦେବେ ବୋଲି କହିଛନ୍ତି । ବଡକଥା ହେଉଛି ଲୋକଙ୍କ ସରକାରରେ ପୋଲିସର ଏପରି ବ୍ୟବହାର କେଉଁ କାରଣ ପାଇଁ ଦେଖାଉଛି । ରାଜ୍ୟର ମୁଖିଆ ଯେତେବେଳେ ଲୋକଙ୍କ ସମସ୍ୟାକୁ ଗୁରୁତର ସହ ନେଉଛନ୍ତି ସେତେବେଳେ ଜଣେ ସରକାରଙ୍କ କର୍ମଚାରୀ ହୋଇ ମୁଖ୍ୟମନ୍ତ୍ରୀଙ୍କ କଥାକୁ ଗୁରୁତର ସହନନେବା ଆଇନକୁ ଫୁ କରିବା ଭଳି ସଦୃଶ।