ସରକାରଙ୍କ ସ୍କାନରରେ ଅଗ୍ନିଶମ ଡିଜି: ଫାୟାର ସେଫ୍ଟି ସାର୍ଟିଫିକେଟ୍ ଦେବାରେ ଅନିୟମିତତା ନେଇ ଅଭିଯୋଗ, ତଦନ୍ତ କରିବାକୁ ସରକାରଙ୍କ ନିର୍ଦ୍ଦେଶ ।

305

କନକ ବ୍ୟୁରୋ: ସରକାରଙ୍କ ସ୍କାନରରେ ଅଗ୍ନିଶମ ଡିଜି ବିଜୟ ଶର୍ମା । ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦେବାରେ ଅନିୟମିତତା ଅଭିଯୋଗରେ ଅଗ୍ନିଶମ ଡିଜିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ବାସଗୃହ ଓ ବିଲ୍ଡିଂ ପାଇଁ ଅଗ୍ନି ନିରାପତ୍ତା ବା ଫାୟାର ସେଫ୍ଟି ସାର୍ଟିଫିକେଟ୍ ପାଇଁ ଦୀର୍ଘଦିନ ଧରି ଅଗ୍ନିଶମ କାର୍ଯ୍ୟାଳୟରେ ଫାଇଲ୍ ପଡ଼ି ରହୁଥିବା ଅଭିଯୋଗ ଆସିଥିଲା । ତେଣୁ ସରକାର ଏନେଇ ଅଗ୍ନିଶମ ଡିଜିଙ୍କ ବିରୋଧରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ମୁଖ୍ୟ ଶାସନ ସଚିବ, ଉନ୍ନୟ କମିଶନରଙ୍କୁ ନେଇ ରାଜ୍ୟ ସରକାର ଏକ କମିଟି ଗଠନ କରିଥିବା ଜଣାପଡ଼ିଛି । ଆଉ ଏହି କମିଟିରେ ଗୃହ ବିଭାଗ ସଚିବ ମଧ୍ୟ ସଦସ୍ୟ ଅଛନ୍ତି । ତେବେ କେଉଁ କେଉଁ କ୍ଷେତ୍ରରେ ଏଭଳି ଅଭିଯୋଗ ଆସିଛି ଏବଂ ଏହାର ସତ୍ୟାସତ୍ୟ କ’ଣ ରହିଛି ସେନେଇ ତଦନ୍ତ କରିବେ ଏହି ଉଚ୍ଚସ୍ତରୀୟ କମିଟି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.