କନକ ବ୍ୟୁରୋ: ସରକାରଙ୍କ ସ୍କାନରରେ ଅଗ୍ନିଶମ ଡିଜି ବିଜୟ ଶର୍ମା । ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦେବାରେ ଅନିୟମିତତା ଅଭିଯୋଗରେ ଅଗ୍ନିଶମ ଡିଜିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ବାସଗୃହ ଓ ବିଲ୍ଡିଂ ପାଇଁ ଅଗ୍ନି ନିରାପତ୍ତା ବା ଫାୟାର ସେଫ୍ଟି ସାର୍ଟିଫିକେଟ୍ ପାଇଁ ଦୀର୍ଘଦିନ ଧରି ଅଗ୍ନିଶମ କାର୍ଯ୍ୟାଳୟରେ ଫାଇଲ୍ ପଡ଼ି ରହୁଥିବା ଅଭିଯୋଗ ଆସିଥିଲା । ତେଣୁ ସରକାର ଏନେଇ ଅଗ୍ନିଶମ ଡିଜିଙ୍କ ବିରୋଧରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ମୁଖ୍ୟ ଶାସନ ସଚିବ, ଉନ୍ନୟ କମିଶନରଙ୍କୁ ନେଇ ରାଜ୍ୟ ସରକାର ଏକ କମିଟି ଗଠନ କରିଥିବା ଜଣାପଡ଼ିଛି । ଆଉ ଏହି କମିଟିରେ ଗୃହ ବିଭାଗ ସଚିବ ମଧ୍ୟ ସଦସ୍ୟ ଅଛନ୍ତି । ତେବେ କେଉଁ କେଉଁ କ୍ଷେତ୍ରରେ ଏଭଳି ଅଭିଯୋଗ ଆସିଛି ଏବଂ ଏହାର ସତ୍ୟାସତ୍ୟ କ’ଣ ରହିଛି ସେନେଇ ତଦନ୍ତ କରିବେ ଏହି ଉଚ୍ଚସ୍ତରୀୟ କମିଟି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/Comp-62-0000000.jpg)