କନକ ବ୍ୟୁରୋ: ବୋଲଗଡ ତହସିଲଦାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ସ୍ଥାନୀୟ ଆଇନଜୀବୀ । କହିଲେ, ଲୋକଙ୍କୁ ଶୋଷଣ ସହ ଓକିଲଙ୍କୁ ଦୁର୍ବ୍ୟବହାର, କରୁଛନ୍ତି ବୋଲଗଡ ତହସିଲଦାର । ବୁଧବାର ତହସିଲ ଅଫିସରେ ଏକ ସତ୍ୟପାଠ ଦାଖଲ ସମୟରେ ତହସିଲଦାର ଓ ଓକିଲ ପୁରୁଷୋତମ ସୁବୁଦ୍ଧିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପୁରୁଷୋତମଙ୍କ ନାଁରେ ଦୁର୍ବବ୍ୟବହାର ଅଭିଯୋଗ କରି ବୋଲଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ତହସିଲଦାର ନିବେଦିତା ପରିଡା । ଯାହାକୁ ନେଇ ପୁରୁଷୋତ୍ତମଙ୍କୁ ଅଟକ ରଖିଥିଲା ବୋଲଗଡ ପୋଲିସ । ମାତ୍ର ଏହାପରେ ବୋଲଗଡ ଓକିଲ ସଂଘ ପକ୍ଷରୁ ତହସିଲଦାରଙ୍କ ବିରୋଧରେ ପାଲଟା ଅଭିଯୋଗ ହୋଇଛି ।
ତହସିଲଦାର ଓକିଲମାନଙ୍କୁ ଦୁର୍ବ୍ୟବହାର ସହ ଧମକ ଚମକ ଦେଉଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏପରିକି ତହସିଲଦାର ସାଧାରଣ ଲୋକଙ୍କୁ ଶୋଷଣ କରୁଥିବା ଓକିଲମାନେ କହିଛନ୍ତି । ଉଭୟ ପକ୍ଷର ଏତଲାକୁ ନେଇ ଏବେ ତଦନ୍ତ କରୁଛି ବୋଲଗଡ ପୋଲିସ । ଏସମ୍ପର୍କରେ ପ୍ରତିକ୍ରିୟା ପାଇଁ ତହସିଲଦାରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ ।