ପୂର୍ବତନ ଆଇନମନ୍ତ୍ରୀଙ୍କ ବିରୋଧରେ ଛାତ୍ର ସଂସଦ ସଭାପତିଙ୍କ ସାଂଘାତିକ ଅଭିଯୋଗ । ସମସ୍ତଙ୍କ ସମ୍ନାରେ ମତେ ଉଠାବସା କରାଇଲେ ।

Advertisment
ପୂର୍ବତନ ଆଇନମନ୍ତ୍ରୀଙ୍କ ବିରୋଧରେ ଛାତ୍ର ସଂସଦ ସଭାପତିଙ୍କ ସାଂଘାତିକ ଅଭିଯୋଗ । ସମସ୍ତଙ୍କ ସମ୍ନାରେ ମତେ ଉଠାବସା କରାଇଲେ ।

କନକ ବ୍ୟୁରୋ :ନୟାଗଡ ବିଧାୟକ ତଥା ମୟୁରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କ ନାଁରେ ଜଣେ ଛାତ୍ରନେତା ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏନେଇ ଛାତ୍ରଜଣକ ନିଜ ଫେସବୁକରେ ତାଙ୍କ ସହ ଘଟିଥିବା ସମସ୍ତ ଘଟଣାକୁ ଉଲ୍ଲେଖ କରିଛନ୍ତି । ଏହାସହ ଛାତ୍ରନେତା ଜଣକ ଦଳ ଛାଡିବା ପାଇଁ ମଧ୍ୟ ଉଲ୍ଲେଖ କରିଛନ୍ତି । ଉତ୍ତର ଓଡିଶାର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ତୁଷାର କୁମାର ନାୟକ ଗତକାଲି ତାଙ୍କ ଫେସବୁକ ପେଜରେ ଲେଖିଥିଲେ ଯେ, ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ସମସ୍ତ ସ୍ୱୟଂ ବିତ୍ତୀୟ ବିଭାଗ ଗୁଡିକକୁ ନିୟମିତ କରିବା ପାଇଁ ଜରୁରୀ ବୈଠକ ହୋଇଥିଲା । ବାରିପଦା ସ୍ଥିତ ସର୍କିଟ ହାଉସ ଠାରେ ହୋଇଥିବା ଏହି ବୈଠକରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, ବିଜେଡିର କାର୍ଯ୍ୟକାରିଣୀ ସଭାପତି ଦେବାଶିଷ ମହାନ୍ତି ଏବଂ ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କ ସହ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ସଭାପତି ଓ ପୂର୍ବତନ ସଭାପତି ଦୁର୍ଯ୍ୟୋଧନ ବେହେରା ଉପସ୍ଥିତ ଥିଲେ ।

publive-imageତୁଷାରଙ୍କ କହିବା ମୁତାବକ ଯେତେବେଳେ ବିଶ୍ୱବିଦ୍ୟାଳୟର ଅସୁବିଧା ସମ୍ପର୍କରେ ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କୁ କହିଥିଲୁ ସେ କର୍ଣ୍ଣପାତ ନ କରି ତାଙ୍କୁ ଭର୍ତ୍ସନା କରିଥିବା ସହ ଖରାପ ବ୍ୟବହାର କରିଥିଲେ । ସେଥିପାଇଁ ସେ ବିଜୁ ଜନତା ଦଳ ଛାଡିବେ ବୋଲି ନିଜ ଫେସବୁକ ପେଜ ମାଧ୍ୟମରେ କହିଛନ୍ତି । ଛାତ୍ରନେତାଙ୍କ ଏଭଳି ଅଭିଯୋଗ ଭରା ପୋଷ୍ଟକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ହୋଇ ପଡିଛି । ଏହାସହ ଛାତ୍ରନେତାଙ୍କୁ ଉଠ ବସ କରାଇଥିବା ଭଳି ସାଂଘାତିକ ଅଭିଯୋଗ ମଧ୍ୟ ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।

publive-imageଅନ୍ୟପଟେ ମୟୁରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କୁ ଏହି ବାବଦରେ ପଚାରିବାରୁ ସେ କହିଛନ୍ତି ଯେ ଘଟଣା ଯାହା ଘଟିଛି ତାହାର ପ୍ରକୃତ ସତ୍ୟାସତ୍ୟ ଖୁବ ଶୀଘ୍ର ଜନସାଧାରଣଙ୍କ ସାମ୍ନାକୁ ଆସିବ । ହେଲେ ଦୀର୍ଘ ୧୮ବର୍ଷ ରାଜ୍ୟରେ ନିରଙ୍କୁଶ ଭାବେ ଶାସନ ଭାର ସମ୍ଭାଳିଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ର ମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା, ବିଜୁ ଯୁବ ବାହିନୀକୁ ପ୍ରାଧାନ୍ୟ ଦେବା ପାଇଁ ପ୍ରୟାସ କରୁଥିବା ବେଳେ ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଛାତ୍ରନେତାଙ୍କ ଏଭଳି ଅଭିଯୋଗ ଦଳ ଉପରେ କିଛି ପ୍ରଭାବ ପକାଇବ କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe