ଆଇନଜୀବୀଙ୍କ ବିରୋଧରେ ସଂଗୀନ ଅଭିଯୋଗ । ମିଛ କାଗଜପତ୍ର ଦେଇ ଲକ୍ଷାଧିକ ଟଙ୍କା ଠକିନେଇଥିବା ଅଭିଯୋଗ ଆଣିଲେ ଅନ୍ୟ ଜଣେ ଆଇନଜୀବୀ ।

245

କନକ ବ୍ୟୁରୋ: ମିଛ କାଗଜପତ୍ର ଦେଇ ଉଠାଇନେଲେ ଲକ୍ଷାଧିକ ଟଙ୍କା । ବାଲେଶ୍ୱରର ସରକାରୀ ଓକିଲ ତଥା ବିଜେଡିର ଜିଲ୍ଲା ଉପସଭାପତି ଭୁବନାନନ୍ଦ ଦାସଙ୍କ ବିରୋଧରେ ଆସିଛି ଏପରି ସଙ୍ଗୀନ୍ ଅଭିଯୋଗ । ଗୋଟିଏ ସମୟରେ ବାଲିଆପାଳ ଓ ଭୋଗରାଇ ମାଜିଷ୍ଟ୍ରେଟ କୋର୍ଟରେ ଉପସ୍ଥିତ ଥିବା ଦର୍ଶାଇ ସରକାରୀ ତହାବିଲରୁ ଲକ୍ଷାଧିକ ଟଙ୍କା ଉଠାଇଥିବା ଭୁବନାନନ୍ଦ ଦାସଙ୍କ ନାମରେ ଅଭିଯୋଗ ହୋଇଛି ।

ଏପରିକି କେତେକ ରବିବାରରେ ମଧ୍ୟ ବିଲ କରାଇ ଟଙ୍କା ଉଠାଇଥିବା ଅଭିଯୋଗ ହୋଇଛି । ୨୦୧୩ରୁ ୨୦୧୭ ମସିହା ଭିତରେ ଆଇନଜୀବୀ ଭୁବନାନନ୍ଦ ଦାସ ଅତିରିକ୍ତ ଜିପି ଓ ସିଡବ୍ଲୁିସି ସଦସ୍ୟ ଭାବେ କାମ କରିଛନ୍ତି । ସିଡବ୍ଲ୍ୟୁସି ସଦସ୍ୟ ଥିବାବେଳେ ୬ଲକ୍ଷ ୩୩ହଜାର ୫ଶହ ଏବଂ ବିଭିନ୍ନ ସରକାରୀ ମାମଲା ପରିଚାଳନା ବାବଦରେ ୧୫ ଲକ୍ଷ ଟଙ୍କା ହାତେଇଥିବା ଭୁବନାନନ୍ଦଙ୍କ ବିରୋଧରେ ଅଭିଯୋଗ ହୋଇଛି ।

ସେପଟେ ଏହି ଅଭିଯୋଗ ଆଣିଛନ୍ତି ବସ୍ତା ଅଂଚଳର ଆଇନଜୀବୀ ପ୍ରଶାନ୍ତ କୁମାର ପ୍ରଧାନ । ସମସ୍ତ ଦସ୍ତାବିଜ ସହ ତହସିଲଦାରଙ୍କୁ ପ୍ରମାଣ ଦେଇ ଏହି ଅଭିଯୋଗ କରିଛନ୍ତି ପ୍ରଶାନ୍ତ । ସେପଟେ ଅଭିଯୋଗକୁ ନେଇ ଭୁବନାନନ୍ଦ ଦାସଙ୍କ କୌଣସି ପ୍ରତିକ୍ରିୟା ମଳିପାରିନି ।