ଦେଶଦ୍ରୋହ ମାମଲାରେ ଶରଜୀଲ ଇମାମଙ୍କୁ ଜାମିନ, ଜାଣନ୍ତୁ କେବେ ପାଇବେ ଜେଲରୁ ଛାଡ

50

କନକ ବ୍ୟୁରୋ : ସିିଏଏ ଓ ଏନଆରସି ବିରୋଧରେ ପ୍ରଦର୍ଶନ କରୁଥିବା ଆଲିଗଡ ମୁସଲିମ୍ ୟୁନିଭରସିଟିର ଛାତ୍ର ଶରଜୀଲ ଇମାମଙ୍କୁ ଜାମିନ ମିଳିଛି । ସେ କଥିତ ରୂପେ ରାଷ୍ଟ୍ର ବିରୋଧୀ ଭାଷଣ ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ସୌମିତ୍ର ଦୟାଲ ସିଂଙ୍କ ବେଞ୍ଚ ଶନିବାର ଦିନ ଜାମିନ ପ୍ରଦାନ କରିଛନ୍ତି । ହେଲେ ଏନେଇ ହାଇକୋର୍ଟଙ୍କ ବିସ୍ତୃତ ଆଦେଶ ଆସିନାହିଁ ।
ଶରଜୀଲ ଇମାମଙ୍କ ଉପରେ ଭାରତ ସରକାର ଓ ଭାରତୀୟ ସଶସ୍ତ୍ର ବାହିନୀ ଘୃଣା ବାଣ୍ଟିବା ଓ ଦୁଇ ସଂପ୍ରଦାୟ ମଧ୍ୟରେ ବିବାଦ ସୃଷତଟି କରି ରାଷ୍ଟ୍ରର ଏକତ ଓ ଅଖଣ୍ଡତାକୁ ବିପଦକୁ ଠେଲିଦେବା ଭଳି ଅଭିଯୋଗ ଆଣିଥିଲେ   ।
ଜେଏନୟୁର ପୂର୍ବତନ ଛାତ୍ର ତଥା ଶାହିନ ବାଗରେ ଚାଲିଥିବା ସିଏଏ-ଏନଆରସି ବିରୋଧୀ ପ୍ରଦର୍ଶନର ମୁଖ୍ୟ ଆୟୋଜକଙ୍କ ମଧ୍ୟରୁ ଶରଜୀଲ ଇମାମ ଅନ୍ୟତମ । ତାଙ୍କୁ ଗତବର୍ଷ ବିହାରର ଜହାନାବାଦରୁ ଗିରଫ କରାଯାଇଥିଲା । ତାଙ୍କ ଉପରେ ଅଭିଯୋଗ ହୋଇଥିଲା କି ସେ ତାଙ୍କ ଭାଷଣରେ ଉତ୍ତର-ପୂର୍ବ ଭାରତର ବାକିଦେଶମାନେ ଭାରତରୁ ଅଲଗା ହେବାକୁ ସେ ଉସକାଉଥିଲେ । ଏହି ମାମଲାରେ ଶରଜୀଲଙ୍କ ବିରୋଧରେ ମଣିପୁର, ଆସାମ ଓ ଅରୁଣାଚଳ ପ୍ରଦେଶ ପୋଲିସ ତାଙ୍କ ନାମରେ ଅଭିଯୋଗ ଦାଖଲ କରିଥିଲା । କହିରଖୁ କି ଆସାମ ଓ ଅରୁଣାଚଳ ପ୍ରଦେଶରେ ହୋଇଥିବା ମାମଲାରେ ସେ ପୂର୍ବରୁ ଜାମିନ ପାଇସାରିଛନ୍ତି ।

ଶରଜୀଲଙ୍କ ବିରୋଧରେ ଉତ୍ତରପ୍ରଦେଶର ଆଲୀଗଡ ଓ ଦିଲ୍ଲୀ ପୋଲିସ ଦ୍ୱାରା ୨୦୨୦ ଜାନୁଆରୀ ମାସରେ ଆଇପିସିର ଧାରା ୧୨୪(କ) ଓ ୧୩୫ (କ) ରେ ମାମଲା ରୁଜୁ ହୋଇଥିଲା । ଶରଜୀଲ ଏବେ ଦିଲ୍ଲୀର ତିହାର ଜେଲରେ ବନ୍ଦି ହୋଇ ରହିଛନ୍ତି । ତାଙ୍କ ଉପରେ ଦେଶଦ୍ରୋହ ବ୍ୟତୀତ ଦିଲ୍ଲୀ ଦଙ୍ଗାର ଷଡଯନ୍ତ୍ର ରଚିଥିବା ନେଇ ଅଭିଯୋଗ ବି ରହିଛି ।