ମାଦ୍ରାସାକୁ ସରକାରୀ ଅନୁଦାନ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ପ୍ରଶ୍ନ, କେଉଁ ଅଧିକାରରେ ଦିଆଯାଉଛି ଅନୁଦାନ

165

କନକ ବ୍ୟୁରୋ : ନିର୍ଦ୍ଧିଷ୍ଟ ଏକ ଧର୍ମର ପ୍ରଚାର କରିବା ଓ ଧାର୍ମିକ ଶିକ୍ଷା ଦିଆଯାଉଥିବା ମାଦ୍ରାସାଗୁଡିକୁ ଦିଆଯାଉଥିବା ସରକାରୀ ଅନୁଦାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ହାଇକୋର୍ଟ ପକ୍ଷରୁ ସରକାରୀ ଅନୁଦାନ, ମାଦ୍ରାସାରେ ହେଉଥିବା ଭେଦଭାବ ସମେତ ୬ ଟି ପଏଣ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏନେଇ ହାଇକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କ ଠାରୁ ଉତ୍ତର ଚାହିଁଛନ୍ତି । କୋର୍ଟ ୟୁପି ସରକାରଙ୍କ ଠାରୁ ଜାଣିବାକୁ ଚାହିଁଛନ୍ତି କି ନିର୍ଦ୍ଧିଷ୍ଟ ଗୋଟିଏ ଧର୍ମ ବାବଦରେ ଶିକ୍ଷା ଦିଆଯାଉଥିବା ମାଦ୍ରାସାଗୁଡିକୁ ୟୁପି ସରକାର କେଉଁ ଆଇନ ବଳରେ ସହାୟତା ଯୋଗାଇ ଦେଉଛନ୍ତି । ଏହାସହ କୋର୍ଟ କହିଛନ୍ତି କି ଦେଶର ନାଗରିକଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଧର୍ମ ନିରପେକ୍ଷ ସରକାର କୌଣସି ଧର୍ମବିଶେଷ କେନ୍ଦ୍ରକୁ କିଭଳି ଆର୍ଥିକ ସହାୟତା ଯୋଗାଇ ତାହାର ସଂଚାଳନ କରୁଛନ୍ତି ? ।

ହାଇକୋର୍ଟ ୟୁପି ସରକାରଙ୍କୁ ଅନ୍ୟଏକ ପ୍ରଶ୍ନ ମାଧ୍ୟମରେ ପଚାରିଛନ୍ତି କି ମୁସଲମାନଙ୍କ ବ୍ୟତୀତ ଅନ୍ୟ ଅଳ୍ପ ସଂଖ୍ୟକ ଧାର୍ମିକ ଶିକ୍ଷାନୁଷ୍ଠାନକୁ ଏଭଳି ସହାୟତା ଯୋଗାଇ ଦିଆଯାଉଛି କି ନାହିଁ ? । ଯେତେବେଳେ ମାଦ୍ରାସାଗୁଡିକରେ ମହିଳା ମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ରହିଛି  ସରକାର ସେତେବେଳେ ସମ୍ବିଧାନ ବିରୋଧୀ କାର୍ଯ୍ୟ କରୁଥିବା ମାଦ୍ରାସା ଗୁଡିକୁ କିଭଳି ଅନୁଦାନ ଦେଉଛନ୍ତି ।

କହିରଖୁ କି ମାଦ୍ରାସା ପ୍ରବନ୍ଧ ସମିତି କିଛି ଅତିରିକ୍ତ ପଦବୀରେ ନଯୁକ୍ତି ଦେବା ନେଇ ସରକାରଙ୍କୁ ଅନୁମତି ମାଗିଥିଲେ । ସରକାର ଏହି ପ୍ରସ୍ତାବକୁ ଖାରଜ କରିବା ପରେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହାର ଶୁଣାଣି ଜଷ୍ଟସି ଅଜୟ ଭନୋଟଙ୍କ ଏକକ ବ୍ୟାଞ୍ଚରେ ହୋଇଥିଲା । ଅଦାଲତ ଅଞ୍ଜୁମନ ଏ ଇସ୍ଲାମିଆ ଫୈଜୁଲ ଓଲୁମ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗର ଶୁଣାଣି କରି ଏଭଳି ପ୍ରଶ୍ନ ୟୁପି ସରକାରଙ୍କ ପଚାରିଛନ୍ତି ।