କନକ ବ୍ୟୁରୋ : ଜ୍ଞାନବାପୀ ପୀଠ ମାମଲାରେ ଆହ୍ଲାବାଦ ହାଇର୍କୋଟଙ୍କ ବଡ଼ ରାୟ । ପୀଠରେ ଜାରି ରହିବ ହିନ୍ଦୁ ପକ୍ଷଙ୍କ ପୂଜାର୍ଚ୍ଚନା । ଜଷ୍ଟିସ ରୋହିତ ରଂଜନ ଅଗ୍ରୱାଲଙ୍କ ଖଣ୍ଡପୀଠରେ ଶୁଣାଣି ପରେ ରାୟ ଶୁଣାଇଛନ୍ତି କୋର୍ଟ । ଅନଜୁମନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ ଖାରଜ କରିଛନ୍ତି ଉଚ୍ଚ ନ୍ୟାୟାଳୟ ।
ପୂର୍ବରୁ ହିନ୍ଦୁ ପକ୍ଷ ପୂଜାର୍ଚ୍ଚନା ପାଇଁ ବାରଣାସୀ ଜିଲ୍ଲା ଜଜଙ୍କ କୋର୍ଟରେ ଅପିଲ କରିଥିଲେ । ଯାହାର ଶୁଣାଣି କରି ଜାନୁଆରୀ ୩୧ରେ ପୂଜା ପାଇଁ ଅନୁମତି ଦେଇଥିଲେ କୋର୍ଟ । ଏହାପରେ ସେଠାରେ ପୂଜାର୍ଚ୍ଚନା ହୋଇ ଆସୁଛି । କିନ୍ତୁ ତଳ କୋର୍ଟଙ୍କ ନିର୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ମୁସଲିମ ପକ୍ଷ । ଫେବ୍ରୁଆରୀ ୧୫ରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଆଜି ହିନ୍ଦୁ ପକ୍ଷ ପୂଜା ଜାରି ରଖିବା ପାଇଁ ଆସିଛି ବଡ଼ ରାୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/llnc46hg_gyanvapi-mosque_625x300_03_February_24.webp)