କନକ ବ୍ୟୁରୋ : ଆହ୍ଲାବାଦ ହାଇକୋର୍ଟ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ନିକଟରେ ଥିବା ଶାହୀ ଇଦଗାହ ପରିସରରେ ଏଏସଆଇ ସର୍ଭେ କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । କୋର୍ଟ ତରଫରୁ ଶାହୀ ଇଦଗାହ ପରିସରର ସର୍ଭେ ପାଇଁ କୋର୍ଟଙ୍କ ତତ୍ୱାବଧାନରେ ଏକ ଆଡଭୋକେଟ କମିଶନର ନିଯୁକ୍ତି ଆବେଦନକୁ ସ୍ୱୀକାର କରିଛନ୍ତି ।

Advertisment

ଏହି ମାମଲାରେ ହିନ୍ଦୁ ପକ୍ଷଙ୍କ ଓକିଲ ବିଷ୍ଣୁ ଜୈନ କହିଛନ୍ତି କି ଆଡଭୋକେଟ କମିଶନର ନିଯୁକ୍ତି ଆମେ ଜାରି କରୁଛି । ହେଲେ ଏଏସଆଇ ସର୍ଭେ କେବେଠାରୁ ହେବ ଓ କେତେ ଲୋକ ଏଥିରେ ସାମିଲ ହେବେ ସେ ନେଇ କୋର୍ଟ ଡିସେମ୍ବର ୧୮ ତାରିଖରେ ନିଷ୍ପତ୍ତି ନେବେ ।

ଆବେଦନରେ କୁହାଯାଇଥିଲା କି ଶାହୀ ଇଦଗାହ ପରିସରରେ ଶେଷ ନାଗର ଏକ ଛବି ରହିଛି । ଯାହା ହିନ୍ଦୁ ଦେବତାଙ୍କ ମଧ୍ୟରେ ଗଣନା କରାଯାଏ । ଶେଷ ନାଗ ଶ୍ରୀକୃଷ୍ଣ ଜନ୍ମ ହୋଇଥିବା ରାତିରେ ତାଙ୍କୁ ସୁରକ୍ଷା ଦେଇଥିଲେ । ଅଦାଲତରେ ଏହା ବି କୁହାଯାଇଥିଲା କି ମସଜିଦ ସ୍ତମ୍ଭର ତଳ ଭାଗରେ ହିନ୍ଦୁମାନଙ୍କର ଧାର୍ମିକ ପ୍ରତୀକ ରହିଛି । ଆବେଦକ କୋର୍ଟଙ୍କୁ ଅନୁରୋଧ କରିଥିଲେ କି, କିଛି ନିର୍ଦ୍ଧାରିତ ସମୟ ଅବଧିରେ ଶାହୀ ଇଦଗାହ ମସଜିଦର ସର୍ବେକ୍ଷଣ କରିବା ପରେ ରିପୋର୍ଟ ପ୍ରସ୍ତୁତ କରି ଏକ କମିଶନ ନିଯୁକ୍ତ କରାଯାଉ ।

କେବଳ ସେତିକି ନୁହେଁ ଆବେଦନକାରୀ ଆହ୍ଳାବାଦ ହାଇକୋର୍ଟଙ୍କ ନିକଟରେ ଦାବି କରିଥିଲେ କି ଶାହୀ ଇଦଗାହ ମସଜିଦରେ ଏଏସଆଇ ସର୍ଭେ ବେଳେ ଫଟୋଗ୍ରାଫି ଓ ଭିଡିଓ ଗ୍ରାଫି କରାଯିବା ଉଚିତ ।