ବକରିଦ ପର୍ବ ଚଳିତବର୍ଷ ଜୁନ ୨୯ ତାରିଖରେ ଲୋକେ ପାଳନ କରିବେ। ଏଥିପାଇଁ ଜୋରସୋର ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି। ମୁସଲମାନ ଭାଇ ଓ ଭଉଣୀମାନଙ୍କ ପାଇଁ ବକରିଦ ଏକ ବଡ଼ ପର୍ବ ବୋଲି ଧରାଯାଇଥାଏ। ବକରିଦ ପର୍ବ ବଳିଦାନର ପ୍ରତୀକ ବୋଲି କୁହାଯାଏ।

Advertisment

ବକରିଦ ପର୍ବ ପାଇଁ ଛେଳି କିଣା ବି ଆରମ୍ଭ ହୋଇଯାଇଛି। ଛେଳି ସାଧାରଣ ମୂଲ୍ୟରେ ବିକ୍ରି ହେଉଥିବା ବେଳେ ନିକଟରେ ଦୁଇଟି ଛେଳି ୩ବିଏଚକେ ଘର ମୂଲ୍ୟରେ ବିକ୍ରି ହୋଇଥିବା ଜଣାପଡ଼ିଛି। ବିକ୍ରି ହୋଇଥିବା ସଲମାନ ନାମକ ଛେଳି ୧୮ମାସର ଥିବା ବେଳେ ଓଜନ ୬୫କିଲୋଗ୍ରାମ ରହିଛି।  ସଲମାନର ଡାହାଣ କାନରେ ଜନ୍ମରୁ ଆରବୀ ଭାଷାରେ ଅଲ୍ଲାହ ଲେଖାଥିବା ଚିହ୍ନ ଥିଲା। ତେବେ ବିକ୍ରି ହୋଇଥିବା ଛେଳି ଦ୍ବୟର ମାଲିକ ହେଉଛନ୍ତି ମୁସତାକ ଅହମଦ। ଦ୍ବିତୀୟ ଛେଳି ଗନିର ବି ଏଭଳି ବି‌ଶେଷତା ରହିଛି।

ମୁସତାକ ତାଙ୍କ ଛେଳି ଦ୍ବୟର ନାମ ସଲମାନ ଓ ଗନି ରଖିଥିଲେ। ତେବେ ଏଭଳି ନାମକରଣ କାହିଁକି କରିଥିଲେ ବୋଲି ପଚାରିବାରୁ ସେ କହିଥିଲେ ସଲମାନର ଅର୍ଥ ଆରବୀରେ ବିନମ୍ର ଓ ସ‌ଚ୍ଚୋଟ ହୋଇଥାଏ। ସେହିପରି ଗନିର ଅର୍ଥ ଧନୀ ଓ ଉଦାର ବୋଲି କୁହାଯାଏ।

ମୁସତାକ କହିଛନ୍ତି, ଗୋଟିଏ ବର୍ଷ ପୂର୍ବରୁ ମୁଁ ଗନିକୁ କିଣିଥିବା ବେଳେ ମୋ ଘରେ ସଲମାନର ଜନ୍ମ ହୋଇଥିଲା। ଦୁଇଟି ଛେଳିଙ୍କ ଶରୀରରେ ଅଲ୍ଲାହ ଲେଖାଥିବା ହେତୁ ଏମାନଙ୍କ ମୂଲ୍ୟ ମହଙ୍ଗା ରହିଛି। ଦୁଇଟି ଛେଳିଙ୍କୁ ପ୍ରତିଦିନ  ସ୍ବତନ୍ତ୍ର ଆହାର ଦେଇଥାଏ। ଏଥିପାଇଁ ମୋତେ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ବି ପଡ଼ିଛି। ବକରିଦ ପାଇଁ ମଣ୍ଡିକୁ ବିଭିନ୍ନ ରକମର ଛେଳି ବିକ୍ରି ହେବାକୁ ଆସିଥିବା ବେଳେ ମୋ ଛେଳି ଦ୍ବୟ ୫୧ଲକ୍ଷରେ ବିକ୍ରି ହୋଇଛି।