କନକ ବ୍ୟୁରୋ: କିଏ କେଉଁ ଦଳକୁ ଯିବ? କେଉଁ ଆଇପିଏଲ୍ ଟିମ କେଉଁ ପ୍ଲେୟାରକୁ କିଣିବ ? ତାହା ଆଜି ପକ୍କା ହେଇଯିବ । ଆଇପିଏଲ୍ ୨୦୨୩ ପାଇଁ ଆଜି ହେବ ଖେଳାଳିମାନଙ୍କର ମିନି ଅକ୍ସନ । କୋଚିରେ ହେବାକୁ ଥିବା ଏ ଖେଳାଳି ନିଲାମରେ ଭାଗ୍ୟ ପରୀକ୍ଷା କରିବେ ୪୦୫ ଜଣ ବିଦେଶୀ ଓ ଭାରତୀୟ ଖେଳାଳି । ତେବେ ବର୍ତମାନ ୧୦ଟି ଯାକ ଟିମରେ ମାତ୍ର ୮୭ ଜଣ ଖେଳାଳିଙ୍କ ପାଇଁ ସ୍ଲଟ୍ ଫାଙ୍କା ଥିବାବେଳେ, ୪୦୫ ଜଣ ଖେଳାଳିଙ୍କର ଏଥିପାଇଁ ନିଲାମ ହେବ ।

Advertisment

ବେନ ଷ୍ଟୋକସ୍, ସାମ କରନ୍, କ୍ୟାମରନ୍ ଗ୍ରୀନ୍, କେନ୍ ୱିଲିୟମସନ୍, ଜୋ ରୁଟଙ୍କ ଭଳି ହାଇ-ପ୍ରୋଫାଇଲ୍ ଖେଳାଳିଙ୍କ ନାଁ ଏଥର ନିଲାମରେ ସାମିଲ ଥିବାବେଳେ । ଭାରତୀୟ ଖେଳାଳିଙ୍କ ଭିତରେ ମୟଙ୍କ ଅଗ୍ରୱାଲ, ମନୀଷ ପାଣ୍ଡେଙ୍କୁ ମଧ୍ୟ ନିଲାମରେ ଦେଖିବାକୁ ମିଳିବ । ତେଣୁ କ୍ରିକେଟ୍ ଦୁନିଆର ଏହି ବଡ ବଡ ନାଁ, କେଉଁ ଦଳରେ ସାମିଲ ହେଉଛନ୍ତି । ତା ଉପରେ ଆଜି ନଜର ରହିବ ।

ପ୍ଲେୟାର ଲିଷ୍ଟରେ ଖେଳାଳିମାନଙ୍କ ନିଲାମ ପାଇଁ ବେସ୍ ପ୍ରାଇସ୍ ଧାର୍ଯ୍ୟ ହେଇସାରିଛି । ଏଥର ଆଇପିଏଲ୍ ମିନି ଅକ୍ସନରେ ମୋଟ ୧୯ ଜଣ ଖେଳାଳିଙ୍କର ବେସ୍ ପ୍ରାଇସ୍ ୨ କୋଟି ଥିବାବେଳେ, ୧୧ ଜଣ ଖେଳାଳିଙ୍କର ବେସ୍ ପ୍ରାଇସ୍ ରହିଛି ଦେଢ କୋଟି ଟଙ୍କା । ସେହିଭଳି ମନୀଷ ପାଣ୍ଡେ, ମୟଙ୍କ ଅଗ୍ରୱାଲଙ୍କ ସହ ମୋଟ ୨୦ ଜଣ ଖେଳାଳିଙ୍କର ବେସ୍ ପ୍ରାଇସ୍ ଲିଷ୍ଟ ୧ କୋଟି ରହିଛି ।

ଖେଳାଳିମାନଙ୍କର ବେସ୍ ପ୍ରାଇସ୍ ଜାଣିବା ସହ କେଉଁ ଟିିମ୍ ପାଖରେ କେତେ ଟଙ୍କା ବଳକା ଅଛି, ତା ଉପରେ ବି ନଜର ପକାଇ ଦିଅନ୍ତୁ...

• ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ୨୦.୫୫ କୋଟି ଥିବାବେଳେ

• ଚେନ୍ନାଇ ସୁପର କିଙ୍ଗସ୍ ପାଖରେ ୨୦.୪୫ କୋଟି ଟଙ୍କା ବଳକା ଅଛି

• ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ୧୯.୪୫ କୋଟି

• ଗୁଜରାଟ ଟାଇଟନ୍ସ ପାଖରେ ୧୯.୨୫ କୋଟି

• କୋଲକାତା ନାଇଟ୍ ରାଇଡର୍ସ ପାଖରେ ୭.୦୫ କୋଟି ଟଙ୍କା ବଳକା ଅଛି

• ସେହିପରି ଲକ୍ଷ୍ନୌ ସୁପରଜ୍ୟାଣ୍ଟସ୍ ପାଖରେ ୨୩.୩୫ କୋଟି

• ପଞ୍ଜାବ କିଙ୍ଗସ୍ ପାଖରେ ୩୨.୨ କୋଟି

• ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୮.୭୫ କୋଟି

• ରାଜସ୍ଥାନ ରୟାଲ୍ସ ପାଖରେ ୧୩.୨ କୋଟି

• ସନରାଇଜର୍ସ ହାଇଦ୍ରାବାଦ ପାଖରେ ୪୨.୨୫ କୋଟି ଟଙ୍କା ନିଲାମ ପାଇଁ ବଳକା ଅଛି

ଆଜି କୋଚିର ଗ୍ରାଣ୍ଡ ହୟାତ ହୋଟେଲରେ ଏହି ମିନି ଅକ୍ସନ ହେବାକୁ ଥିବାବେଳେ, ଭାରତୀୟ ସମୟ ଦିନ ସାଢେ ୨ଟାରୁ ଏହା ଆରମ୍ଭ ହେବ । ତେବେ ଏହି ମିନି ଅକ୍ସନର ସିଧାପ୍ରସାରଣ ଷ୍ଟାର ସ୍ପୋର୍ଟସ ସହିତ ଜିଓ ସିନେମାରେ ମଧ୍ୟ ପ୍ରସାରିତ ହେବ । ଯାହାକୁ ଘରେ ବସି କ୍ରିକେଟ୍ ପ୍ରେମୀମାନେ ଉପଭୋଗ କରିପାରିବେ ।