କନକ ବ୍ୟୁରୋ: କରୋନା କଟକଣା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାମ ଆଗେଇ ଚାଲିଛି । ପ୍ରଶାସନିକ ବିଧି ବ୍ୟବସ୍ଥା ଅନୁସାରେ ରଥ ନିର୍ମାଣରେ ନିୟୋଜିତ ଥିବା ସେବାୟତ ଆଜିଠାରୁ ସଂଗରୋଧରେ ରହିବେ । ତିନୋଟି ଭକ୍ତ ନିବାସରେ ୨୦୫ ଜଣ ସେବାୟତଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ସଂଗରୋଧରେ ରହିବା ସମୟରେ ସେବାୟତଙ୍କ ଖାଇବାକୁ ଦିଆଯିବ । ପ୍ରତିଦିନ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।
ହେଲେ ସେହି ସ୍ୱାସ୍ଥ୍ୟ ପରୀକ୍ଷା କୋଭିଡ-୧୯ ପରୀକ୍ଷା ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । ରଥଯାତ୍ରା ହେବ ନା ନାହିଁ ତାହା ଆଜି ଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ କେନ୍ଦ୍ର ଗୃହ ମନ୍ତ୍ରାଳୟଙ୍କ ସବୁଜ ସଂକେତ ପରେ ସେବାୟତମାନେ ରଥ ନିର୍ମାଣ କାମ ଜାରି ରଖିଛନ୍ତି । ରଥ ଖଳାକୁ ଧଳା କପଡାରେ ଢାଙ୍କି, ବ୍ୟାରିକେଡ୍ କରି ରଥକାମ ଆଗେଇ ଚାଲିଛି । ରଥଖଳା ଠାରୁ ୨ଶହ ମିିଟର ଯାଏଁ ନିଷେଧାଂଚଳ ଘୋଷଣା କରାଯାଇଛି । ମହାରଣା ସେବାୟତ, ଭୋଇ ସେବାୟତ ଓ କମାର ସେବାୟତ ସେମାନଙ୍କ କାର୍ଯ୍ୟ ଜାରି ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/28-2.jpg)
/kanak/media/post_attachments/wp-content/uploads/2020/05/vlcsnap-2020-05-10-12h56m51s148.png)