ଆସନ୍ତା ୧୨ ତାରିଖରୁ ପୁରୀରୁ ଚାଲିବ ସମସ୍ତ ୧୮ ଯୋଡା ଟ୍ରେନ୍ । ସ୍ଥିତି ସମୀକ୍ଷା ପରେ ସ୍ପଷ୍ଟ କଲେ ପୂର୍ବତଟ ରେଳବାଇ ଜିଏମ ।

108

କନକ ବ୍ୟୁରୋ : ପୁରୀ-ଭୁବନେଶ୍ୱର ରୁଟରେ ରେଳ ଚଳାଚଳ ନେଇ ସ୍ଥିତି ସମୀକ୍ଷା କରାଯାଇଛି । ସ୍ଥିତି ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତଟ ରେଳବାଇ ଜିଏମ୍ ବିଦ୍ୟାଭୂଷଣ । ସେ କହିଛନ୍ତି, ବାତ୍ୟା ଫୋନିର ତାଣ୍ଡବରେ ପୂର୍ବତଟ ରେଳବାଇର ବ୍ୟାପକ ପରିମାଣର କ୍ଷୟକ୍ଷତି ହୋଇଛି । ପୁରୀକୁ ରେଳ ଚଳାଚଳ ସ୍ୱାଭାବିକ ହେବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି ।

ତେବେ ଆସନ୍ତା ୧୨ ତାରିଖରୁ ପୁରୀରୁ ସମସ୍ତ ୧୮ ଯୋଡା ଟ୍ରେନ୍ ଚାଲିବ । ସ୍ଥିତି ସମୀକ୍ଷା କରିବା ପରେ ଏନେଇ ସ୍ପଷ୍ଟ କରିଛନ୍ତି ପୂର୍ବତଟ ରେଳବାଇର ଜିଏମ୍ ବିଦ୍ୟାଭୂଷଣ । ତେବେ ବାତ୍ୟା ପରେ ପୁରୀକୁ ଧିରେ ଧିରେ ସ୍ୱାଭାବିକ ହେଉଛି ଟ୍ରେନ ସେବା । ଆଜି ଖଡଗପୁର-ଯାଜପୁର-କେନ୍ଦୁଝର ପାସେଞ୍ଜର ଟ୍ରେନ୍ ଗଡିଛି । ସେହିପରି ଖଡଗପୁର-ଭଦ୍ରକ-ଖଡଗପୁର, ବାଲେଶ୍ୱର-ଭଦ୍ରକ-ବାଲେଶ୍ୱର ପାସେଞ୍ଜର, ହାୱଡା-ଭଦ୍ରକ-ହାୱଡା ପାସେଞ୍ଜର, ଭଦ୍ରକ-ଭୁବନେଶ୍ୱର-ଭଦ୍ରକ ମେମୁ, କଟକ-ପଲାସା-କଟକ ପାସେଞ୍ଜର, ଅନୁଗୁଳ-ପୁରୀ-ଅନୁଗୁଳ ମେମୁ, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଟ୍ରେନ୍ ମଧ୍ୟ ଗଡିଛି ।