ଏପ୍ରିଲ ୧୪ ଯାଏଁ ଗଡିବନି ଟ୍ରେନ । ଲକଡାଉନ ପାଇଁ ଦେଶର ସମସ୍ତ ଟ୍ରେନ ସେବା ବାତିଲ । ପୂର୍ବରୁ ମାର୍ଚ୍ଚ ୩୧ ଯାଏଁ ବାତିଲ କରିଥିଲା ରେଲୱେ ବୋର୍ଡ

3,084

କନକ ବ୍ୟୁରୋ: ଏପ୍ରିଲ ୧୪ ଯାଏଁ ଗଡିବନି ଟ୍ରେନ । ସାରା ଦେଶରେ ଆସନ୍ତା ୧୪ ଏପ୍ରିଲ ପର୍ଯ୍ୟନ୍ତ କୌଣସି ଟ୍ରେନ ଚାଲିବନି । କରୋନା ମୁକାବିଲା ପାଇଁ ଦେଶର ସମସ୍ତ ଟ୍ରେନ ସେବା ବାତିଲ । ପାସେଞ୍ଜର, ମେଲ ଏବଂ ଏକ୍ସପ୍ରେସ ଟ୍ରେନ ବାତିଲ । ତେବେ ପୂର୍ବରୁ ୩୧ ମାର୍ଚ୍ଚ ଯାଏଁ ଟ୍ରେନ ସେବା ବାତିଲ ହୋଇଥିବା ବେଳେ ଏହାକୁ ଆସନ୍ତା ଏପ୍ରିଲ ୧୪ ଯାଏଁ ବଢାଯାଇଛି ।

କରୋନା ଭାଇରସକୁ ନେଇ ପୂର୍ବରୁ ବଡ ନିଷ୍ପତ୍ତି ନେଇଥିଲା ରେଲୱେ ବୋର୍ଡ । ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଦେଶରେ ମେଲ୍, ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ୍ ବାତିଲ କରିଥିଲା । ମାତ୍ର ଗତକାଲି ପୂରା ଦେଶକୁ ପ୍ରଧାନମନ୍ତ୍ରୀ ଲକ ଡାଉନ ଘୋଷଣା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।