ରାଜ୍ୟରେ ରେକର୍ଡ ଭାଙ୍ଗିଲା ସଂକ୍ରମଣ : ଗତ ୨୪ ଘଂଟାରେ ରାଜ୍ୟରେ ୧୨ ହଜାର ୩୯୦ ପଜିଟିଭ୍ ଚିହ୍ନଟ, ୨୨ ମୃତ 

254

କନକ ବ୍ୟୁରୋ : ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୨ ହଜାର ୩୯୦ ପଜିଟିଭ ଚିହ୍ନଟ ହୋଇଥିବା ବେଳ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ୧୨,୩୯୦ ପଜିଟିଭ ମଧ୍ୟରୁ ସଙ୍ଗରୋଧରୁ ୬୯୩୮, ସ୍ଥାନୀୟ ଅଞ୍ଚଳରୁ ୫୪୫୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ୫୩୨, ବାଲେଶ୍ୱର୩୪୦, ବରଗଡ ୫୦୭, ଭଦ୍ରକ ୪୧୨, ବଲାଙ୍ଗୀର ୪୬୧ ବୌଦ୍ଧ ୨୨୮, କଟକ ୭୧୯, ଦେବଗଡ ୧୦୮, ଢେଙ୍କାନାଳ ୧୭୪, ଗଜପତି ୧୧୫, ଗଞ୍ଜାମ ୩୮୭, ଜଗତସିଂହପୁର ୨୫୯ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଯାଜପୁର ୪୩୬, ଝାରସୁଗୁଡା ୪୧୩, କଳାହାଣ୍ଡି ୨୧୦, କନ୍ଧମାଳ ୧୦୨, କେନ୍ଦ୍ରାପଡା ୧୩୭, କେନ୍ଦୁଝର ୨୦୮, କୋରାପୁଟ ୨୪୬, ମାଲକାନଗିରି ୧୦୩, ମୟୂରଭଞ୍ଜ ୪୮୦, ନବରଙ୍ଗପୁର ୩୬୨, ନୟାଗଡ ୩୦୧, ନୂଆପଡା ୨୦୪, ପୁରୀ ୪୬୯, ରାୟଗଡା ୧୮୭, ସମ୍ବଲପୁର ୬୭୭, ସୋନପୁର ୧୭୮, ସୁନ୍ଦରଗଡ ୮୮୨ ଓ ଷ୍ଟେଟ ପୋଲରୁ ୩୫୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫,୮୮,୬୮୭ରେ ପହଞ୍ଚିଥିବା ବେଳେ ୪,୮୨,୩୪୫ ଜଣ ସୁସ୍ଥ ହୋଇ ସାରିଲେଣି । ରାଜ୍ୟରେ ଏବେ ୧୦୪୦୧୬ଜଣ ସକ୍ରିୟ ସଂକ୍ରମିତ ଥିବା ଜଣାଯାଇଛି।