ଜଣେ ରୋଗୀଙ୍କ ଶରୀରରୁ ଚିହ୍ନଟ ହେଲା ୩ ପ୍ରକାର ଫଙ୍ଗସ, ଅସ୍ତ୍ରୋପଚାର ପାଇଁ ଲାଗିଲା ୩ ଘଣ୍ଟା । ବଞ୍ଚିଗଲା ରୋଗୀଙ୍କ ଜୀବନ ।

185

କନକ ବ୍ୟୁରୋ : ଲକ୍ଷ୍ନୌରେ କରୋନା ସଂକ୍ରମଣ କାଳରେ ଜଣେ ରୋଗୀଙ୍କ ଶରୀରରୁ ତିନିଟି ଫଙ୍ଗସ ଚିହ୍ନଟ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ତେବେ ଆଶ୍ବସ୍ତିର କଥା ଡାକ୍ତର ତିନିଘଣ୍ଟା ଅସ୍ତ୍ରୋପଚାର କରି ରୋଗୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ଫୌଜାବାଦରେ ରହୁଥିବା ରୋଗୀ ସରସ୍ୱତୀ ଦେବୀ ଏକ ମାସ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ। ଚିକିତ୍ସା ପରେ ତାଙ୍କ ରିପୋର୍ଟ ନେ‌ଗେଟିଭ ଆସିଥିଲା। କିଛିଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ଲକ୍ଷ୍ନୌର ଘରୋଇ ହସ୍ପିଟାଲ ‘ରାଜଧାନୀ ହସ୍ପିଟାଲ‌’ରେ ଚିକିତ୍ସା ପାଇଁ ପହଞ୍ଚିଥିଲେ। ଏହି ସମୟରେ ସେ ଫଙ୍ଗସର ଶିକାର ହୋଇଥିବା ଡାକ୍ତର କହିଥିଲେ। ତେ‌ବେ ଆଶ୍ଚର୍ଯ୍ୟର କଥାଟି ହେଉଛି ଡାକ୍ତର ଯେତେବେଳେ ସରସ୍ୱତୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ତିନିଟି ଫଙ୍ଗସ ବ୍ଲାକ, ହ୍ବାଇଟ ଓ ୟେଲୋର ଶିକାର ହୋଇଥିବା କହିଥିଲେ। ଏହାପରେ ଡାକ୍ତର ତୁରନ୍ତ ମହିଳାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ତିନିଘଣ୍ଟା ଅସ୍ତ୍ରୋପଚାର ପରେ ସରସ୍ୱତୀ ଏବେ ସୁସ୍ଥ ଅଛନ୍ତି। ତାଙ୍କ ଶରୀର ଅବସ୍ଥା ଏବେ ସ୍ଥିର ରହିଛି।

କରୋନା ସଂକ୍ରମଣ ପରେ ଜଣେ ବ୍ୟକ୍ତି ଏକାସାଙ୍ଗରେ ତିନିଟି ଫଙ୍ଗସର ଶିକାର ହେବା ପ୍ରଥମ ଘଟଣା ବୋଲି ରାଜଧାନୀ ହସ୍ପିଟାଲର ଡାକ୍ତରମାନେ କହିଛନ୍ତି। ଦେଖିବାକୁ ଗଲେ ଏଭଳି ଘଟଣା ଦେଶରେ ଦ୍ୱିତୀୟ ଥର ସାମ୍ନାକୁ ଆସିଛି। ଏହାପୂର୍ବରୁ ଗାଜିଆବାଦରୁ ଏମିତି ଏକ ରୋଗୀଙ୍କ ଶରୀରରେ ତିନିଟି ଫଙ୍ଗସ ଚିହ୍ନଟ ହୋଇଥିଲେ।

Comments are closed.