ଆକାଶଛୁଆଁ ବଲ୍ଲଭ ଭାଇ । ୭୦ ଫୁଟର ହାତ, ୮୦ ଫୁଟର ଗୋଡ, ଜାଣନ୍ତୁ ଷ୍ଟାଚ୍ୟୁ ଅଫ୍ ୟୁନିଟିର ରକ୍ଷାଣବେକ୍ଷଣ ପାଇଁ ଦିନକୁ ଖର୍ଚ୍ଚ ହେବ କେତେ ?

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚ ପ୍ରତିମାକୁ ତିଆରି କରିବା ଲାଗି ୪୪ ମାସ ଲାଗିଛି । ମୂର୍ତିକୁ ତିଆରି କରିବା ଲାଗି ୮ଶହ ସ୍ଥାନୀୟ ଓ ୨ ଶହ ଚୀନରୁ ଆସିଥିବା କାରିଗର ଲାଗିଥିଲେ ।

1,316

ଲୋକାର୍ପିତ ହେଲା ବିଶ୍ୱର ସବୁଠୁ ବଡ ତଥା ଉଚ୍ଚ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟି । ଗୁଜରାଟର ନର୍ମଦା ନଦୀ କୂଳରେ ଥିବା ସାଧୁ ବେଟ ଟାପୁରେ ନିର୍ମିତ ହୋଇଥିବା ୧୮୨ ମିଟର ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏହି ବିଶାଳ ପ୍ରତିମୂର୍ତ୍ତିକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଛନ୍ତି । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମତିଥୀରେ ଏହି ପ୍ରତିମୂର୍ତ୍ତି କୁ ଲୋକାର୍ପଣ କରାଯାଇଛି । ତେବେ ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂତ୍ତି ଲୋକାର୍ପଣ ହେବା ସହ ନୂଆ ନୂଆ କଥା ସାମ୍ନାକୁ ଆସୁଛି ।

ଷ୍ଟାଚ୍ୟୁ ଅଫ୍ ୟୁନିଟିର ଲୋକାର୍ପଣ ପରେ ପ୍ରଧାନମନ୍ତ୍ରୀ ମୋଦି ଏଠାୋ ପୂଜା କରିବାକୁ ଭୁଲି ନଥିଲେ । ଏହା ପୂର୍ବରୁ ଗଙ୍ଗା, ଯମୁନା, ନର୍ମଦା ସମେତ ୩୦ଟି ଛୋଟ ଓ ବଡ ନଦୀର ଜଳରେ ପ୍ରତିମା ପାଖରେ ଥିବା ଶିବଲିଙ୍ଗକୁ ଅଭିଷେକ କରାଯାଇଥିଲା । ୩୦ ଜଣ ପଣ୍ଡିତଙ୍କ ମନ୍ତ୍ରୋଚାରଣରେ ଏହି ଜଳାଭିଷେକ କରାଯାଇଥିଲା । ଏହାପରେ ବାୟୁସେନାର ଏମଆଇ-୧୭ ହେଲିକପ୍ଟର ଦ୍ୱାରା ପ୍ରତିମୂର୍ତ୍ତି ଉପରେ ପୁଷ୍ପବର୍ଷା କରାଯାଇଥିଲା ।

ଷ୍ଟାଚ୍ୟୁ ଅଫ ୟୁନିଟି ହେଉଚି ବିଶ୍ୱର ଉଚ୍ଚତମ ମୂର୍ତି । କିନ୍ତୁ ଆପଣ ଜାଣିଛନ୍ତି ଏହାକୁ ତିଆରି କରିବାକୁ କେତେବର୍ଷ ଲାଗିଥିଲା ଓ କିଭଳି ତିଆରି ହେଲା । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚ ପ୍ରତିମାକୁ ତିଆରି କରିବା ଲାଗି ୪୪ ମାସ ଲାଗିଛି । ମୂର୍ତିକୁ ତିଆରି କରିବା ଲାଗି ୮ଶହ ସ୍ଥାନୀୟ ଓ ୨ ଶହ ଚୀନରୁ ଆସିଥିବା କାରିଗର ଲାଗିଥିଲେ । ଏହ÷ି ମୂର୍ତ୍ତିର ଆକାର ଏତେ ବଡ ଯେ, ଆପଣ ଜାଣିଲେ ଆଶ୍ଚଯ୍ୟ ହେବେ । ଏହି ପ୍ରତିମାର ପାଦର ଉଚ୍ଚ ୮୦ ଫୁଟ ଥିବା ବେଳେ ହାତର ଉଚ୍ଚତା ୭୦ ଫୁଟ ରହିଛି । ସେହିଭଳି କାନ୍ଧର ଉଚ୍ଚତା ୧୪୦ ଫୁଟ ରହିଛି । କୁହାଯାଉଛି ଏହି ମୂର୍ତିକୁ ତିଆରି କରିବା ଲାଗି ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଏଥିମଧ୍ୟରୁ ୨ ହଜାର ୩୩୨ କୋଟି ମୂର୍ତି ନିର୍ମାଣ ପାଇଁ ଖର୍ଚ ହୋଇଥିବା ବେଳେ ଅନ୍ୟ ୬ ଶହ କୋଟି ୧୫ ବର୍ଷ ଯାଏଁ ଦେଖାଶୁଣା କରିବା ପାଇଁ ରହିଛି । ମୂର୍ତି ନିର୍ମାଣ ଲାଗି ନିର୍ଦ୍ଦାରିତ ସମୟରେ କାମ କରିବାକୁ ୪ ହଜାରରୁ ଅଧିକ ଶ୍ରମିକ ଦୁଇଟି ସିଫଟରେ କାମ କରିଛନ୍ତି । ରେକର୍ଡ ସମୟ ୪୪ ମାସରେ ଷ୍ଟାଚ୍ୟୁ ଅଫ ୟୁନିଟି ତିଆରି କରାଯାଇଛି । ଆମେରିକାର ଷ୍ଟାଚ୍ୟୁ ଅଫ ଲିବର୍ଟି ନିର୍ମାଣ ପାଇଁ ୫ବର୍ଷ ଲାଗିଥିଲା । ଷ୍ଟାଚ୍ୟୁ ଅଫ ୟୁନିଟି ମୂର୍ତି ନିର୍ମାଣରେ ୪ଟି ଧାତୁ ବ୍ୟବହାର କରାଯାଇଛି । ମୂର୍ତିରେ ଏଭଳି ଧାତୁର ଉପଯୋଗ କରାଯାଇଛି, ଯେଉଁଥିରେ କଳଙ୍କି ଲାଗିବ ନାହିଁ । ମୂର୍ତିରେ ୮୫ ପ୍ରତିଶତ ତମ୍ବାର ବ୍ୟବହାର ହୋଇଛି । ଏହାସହ ଦୁଇହଜାର ମେଟ୍ରିକ ଟନ୍ ବ୍ରୋଞ୍ଜ, ୫ ହଜାର ୭ ଶହ ମେଟ୍ରିକ ଟନ୍ ଷ୍ଟ୍ରକଚରାଲ ଷ୍ଟିଲ ବ୍ୟବହାର ହୋଇଛି ।

ଏହାଛଡା ୨୨ ହଜାର ୫ ଶହ ମିଲିୟନ ଟନ୍ ସିମେଂଟ ବି ବ୍ୟବହାର କରାଯାଇଛି ମୂର୍ତି ନିର୍ମାଣରେ । ଷ୍ଟାଚ୍ୟୁ ଅଫ ୟୁନିଟିରୁ ଆପଣ ସର୍ଦ୍ଦାର ସରୋବର ବନ୍ଦର ସୌନ୍ଦର‌୍ୟ୍ୟକୁ ଉପଭୋଗ କରିପାରିବେ । ୬.୫ ତୀବ୍ରତାର ଭୂମିକମ୍ପକୁ ସହ୍ୟ କରିପାରିବ ପଟେଲଙ୍କ ଏହି ପ୍ରତିମୂର୍ତି । ଘଂଟା ପ୍ରତି ୧୮୦ କିଲୋମିଟର ବେଗରେ ପବନ ବହିଲେ ବି କିଛି କ୍ଷତି ହେବନାହିଁ । ୬ଲକ୍ଷ ଗାଁରୁ ପୁରୁଣା କୃଷି ଉପକରଣରୁ ସଂଗୃହିତ ଲୁହାରୁ ଏହାର ନିର୍ମାଣ ହୋଇଛି । ପ୍ରତିମାର ୧୫୩ମିଟର ଉଚ୍ଚତା ପର‌୍ୟ୍ୟନ୍ତ ଚଢିପାରିବେ ପର‌୍ୟ୍ୟଟକ । ଦୀର୍ଘ ୧୨କଲୋମିଟର ଦୂରରୁ ଦେଖାଯିବ ପଟେଲଙ୍କ ଏହି ବିରାଟ ପ୍ରତିମୂର୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପ୍ରତିମୂର୍ତ୍ତିର ରକ୍ଷାଣବେକ୍ଷଣ ପାଇଁ ବାର୍ଷିକ ୪୩.୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ହିସାବରେ ପ୍ରତିଦିନ ସର୍ଦ୍ଦାରଙ୍କ ଏହି ପ୍ରତିମୂର୍ତ୍ତିର ରକ୍ଷାଣବେକ୍ଷଣ ପାଇଁ ଖର୍ଚ୍ଚ ହେବ ପ୍ରାୟ ୧୨ ଲକ୍ଷ ଟଙ୍କା ।