କନକ ବ୍ୟୁରୋ: କିଛି ଦିନ ପରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ । ଏବେଠୁ ପ୍ରସ୍ତୁତ ହେଲେଣି ସବୁ ଟିମ । ଆଉ ଏହାରି ଭିତରେ ଆଇସିସି ଏକ ବଡ ନିଷ୍ପତ୍ତି ନେଇଛି । କ୍ରିକେଟକୁ ନେଇ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ । ଅକ୍ଟୋବର ୧ ତାରିଖରୁ ଏହି ସବୁ ନିୟମରେ ପରିବର୍ତ୍ତନ ହେବ । ନୂଆ ନିୟମ ସହ ଟି-୨୦ ବିଶ୍ୱକପ ଖେଳିବେ ସମସ୍ତ ଦେଶ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ନିୟମରେ ହୋଇଛି ପରିବର୍ତ୍ତନ ।
କ୍ୟାଚ ଆଉଟ ନିୟମ
ଏହି ନୂଆ ନିୟମ ଅନୁସାରେ ଯଦି କୌଣସି ବ୍ୟାଟ୍ସମ୍ୟାନ କ୍ୟାଚ ଆଉଟ ହେବ । ତେବେ ନୂଆ ବ୍ୟାଟ୍ସମ୍ୟାନ ଆସି ଷ୍ଟ୍ରାଇକରେ ରହିବ । ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନର କ୍ରିଜ ପରିବର୍ତ୍ତନ କରିବା ନକରିବା ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ହେଲେ ପୂର୍ବରୁ ନିୟମ ଥିଲା ଯେ, କ୍ୟାଚ ଆଉଟ ହେବା ପୂର୍ବରୁ ଯଦି ଷ୍ଟ୍ରାଇକରେ ପରିବର୍ତ୍ତନ ହୋଇଥାଏ ତେବେ ନୂଆ ବ୍ୟାଟ୍ସମ୍ୟାନ ନନ ଷ୍ଟ୍ରାଇକରେ ରହିବ ।
ବଲରେ ଛେପ ଲଗାଇବା ନିଷିଦ୍ଧ
୨୦୨୦ ଆରମ୍ଭରୁ ହିଁ କରୋନାର ପ୍ରଭାବ କ୍ରିକେଟ ଉପରେ ପଡିଥିଲା । ଫଳରେ ଚାରିଆଡେ କ୍ରିକେଟ ମ୍ୟାଚ ବନ୍ଦ କରିଦିଆଯାଇଥିଲା । ଆଉ ଯେତେବେଳେ ସବୁ ପୁଣି ଆରମ୍ଭ ହୋଇଥିଲା ସେତେବେଳେ କ୍ରିକେଟର କିଛି ନିୟମରେ ପରିବର୍ତ୍ତନ ହୋଇଥିଲା । ସେହି ସମୟରେ ବଲରେ ଛେପ ଲଗାଇବା ଉପରେ ଅସ୍ଥାୟୀ ଭାବେ ପ୍ରତିବନ୍ଧକ ଲାଗିଥିଲା । ହେଲେ ଏବେ ନୂଆ ନିୟମ ଅନୁସାରେ ବଲରେ ଛେପ ଲଗାଇବା ପୂରାପୂରି ବ୍ୟାନ କରାଯାଇଛି ।
ନୂଆ ବ୍ୟାଟରଙ୍କ ପାଇଁ ଷ୍ଟ୍ରାଇକ ନେବାର ସମୟ
କୌଣସି ଖେଳାଳି ଆଉଟ ହେବା ପରେ ନୂଆ ବ୍ୟାଟ୍ସମ୍ୟାନ ଷ୍ଟ୍ରାଇକ ପାଇଁ ଆସିଥାନ୍ତି । ପୂର୍ବରୁ ଏହି ସମୟକୁ ୩ ମିନିଟ ରଖାଯାଇଥିଲା । ହେଲେ ଏବେ ଟେଷ୍ଟ ଓ ଦିନିକିଆ ପାଇଁ ୨ ମିନିଟ ରଖାଯାଇଥିବା ବେଳେ ଟି-୨୦ରେ ୯୦ ସେକେଣ୍ଡ କରାଯାଇଛି । ଯଦି ବ୍ୟାଟର ଠିକ ସମୟରେ ନ ଆସନ୍ତି ତେବେ ଫିଲ୍ଡଂ ଟିମର ଅଧିନାୟକ ଟାଇମ ଆଉଟର ଅପିଲ କରିପାରିବେ ।
ବ୍ୟାଟ୍ସମ୍ୟାନଙ୍କ ବଲ ଖେଳିବାର ଅଧିକାର
ଏହି ନିୟମ ଅନୁସାରେ ଖେଳିବା ସମୟରେ ବ୍ୟାଟ୍ସମ୍ୟାନଙ୍କୁ ପିଚ ଭିତରେ ହିଁ ରହିବାକୁ ହୋଇଥାଏ । ଯଦି ବ୍ୟାଟ୍ସମ୍ୟାନ ପିଚ ବାହାରକୁ ଆସି ଖେଳିଥାଏ ତେବେ ତାହା ଅମ୍ପାୟାର କଲରେ ଯିବ କି ସେହି ବଲକୁ ଡେଡ ବଲ ଘୋଷଣା କରାଯାଉ । ଯଦି କୌଣସି ବଲ ବ୍ୟାଟ୍ସମ୍ୟାନକୁ ପିଚରୁ ବାହାରି ଖେଳିବାକୁ ବାଧ୍ୟ କରିବ ତେବେ ତାକୁ ନୋବଲ ଦିଆଯିବ ।
ଫିଲି୍ଡଂ ଟିମ ତରଫରୁ ଖରାପ ବ୍ୟବହାର
ଯଦି ବୋଲର ବୋଲିଂ ସମୟରେ କିଛି ଖରାପ ବ୍ୟବହାର କିମ୍ବା ଭୁଲ ମୁଭମେଣ୍ଟ ନିଅନ୍ତି ତେବେ ଅମ୍ପାୟାର ତାଙ୍କ ଉପରେ ଆକ୍ସନ ନେଇପାରିବେ । ପେନାଣ୍ଟି ହିସାବରେ ବ୍ୟାଟିଂ ଦଳକୁ ୫ରନ ଦେଇପାରିବେ । ଏହାସହ ଏହି ବଲକୁ ଅମ୍ପାୟର ଡେଡ ବଲ ବି ଘୋଷଣା କରିପାରିବେ ।
ନନ ଷ୍ଟ୍ରାଇକର ରନ ଆଉଟ ହେବା
ନନ ଷ୍ଟ୍ରାଇକର ଯଦି ବୋଲରର ବଲ ପକାଇବା ପୂର୍ବରୁ କ୍ରିଜରୁ ବାହାରୁ ବାହାରି ଥାଏ ତେବେ ବୋଲର ସେହି ବ୍ୟାଟ୍ସମ୍ୟାନଙ୍କୁ ରନ ଆଉଟ କଲେ ତାକୁ ଅନ ଫେୟାର ପ୍ଲେ କୁହାଯାଉଥିଲା । ହେଲେ ଏବେ ତାକୁ ରନ ଆଉଟ ହିଁ କୁହାଯିବ ।
ଡେଲିଭରି ପୂର୍ବରୁ ଷ୍ଟ୍ରାଇକରଙ୍କୁ ବଲ ଥ୍ରୋ
ବୋଲର ଯଦି ବଲ ପକାଇବା ପାଇଁ ରନ ନେଲା ବେଳେ ଦେଖନ୍ତି ବ୍ୟାଟ୍ସମ୍ୟାନ କ୍ରିଜ ଛାଡି ଆଗକୁ ଆସିଛନ୍ତି, ତେବେ ଆଉଟ କରିବା ଲକ୍ଷ୍ୟରେ ବୋଲର ବ୍ୟାଟ୍ସମ୍ୟାନକୁ ବଲ ଥ୍ରୋ କରିଥାନ୍ତି, ଏବେ ଏହାକୁ ଡେଡ ବଲ ଘୋଷଣା କରାଯିବ ।
ଇନ ମ୍ୟାଚ ପେନାଲ୍ଟି ନିୟମ
ଜାନୁଆରା ୨୦୨୨ରେ ଟି-୨୦ କ୍ରିକେଟରେ ଲାଗୁ ହୋଇଥିବା ଇନ ମ୍ୟାଚ ପେନାଲ୍ଟି ଏବେ ଦିନିକିଆ କ୍ରିକେଟରେ ବି ଲାଗୁ ହେବ । ଏହା ୨୦୨୩ ବିଶ୍ୱକପ ଶେଷ ହେବା ପରେ ଲାଗୁ ହେବ ।
ଯେତେବେଳେ ଫିଲ୍ଡିଂ ଟିମ ନିର୍ଦ୍ଦାରିତ ସମୟ ପୂର୍ବରୁ ଓଭର ଶେଷ ନକରନ୍ତି, ସେତେବେଳେ ଶେଷ ଓଭରରେ ସେହି ଟିମକୁ ବାଉଣ୍ଟ୍ରି ପାଖରେ ଜଣେ ଖେଳାଳି କମାଇବାର ଦଣ୍ଡ ଦିଆଯାଇଥାଏ । ଏହାକୁ ଇନ ମ୍ୟାଚ ପେନାଲ୍ଟି କୁହାଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/09/38-8.jpg)