କନକ ବ୍ୟୁରୋ : ନିର୍ବାଚନ ପାଇଁ ଜୋରଦାର ପ୍ରଚାର । ରାଜଗାଙ୍ଗପୁରରେ ବିଜେଡିର ଘନଘନ ପ୍ରଚାର । ସୁନ୍ଦରଗଡ଼ ସାଂସଦ ପାର୍ôଥ ଦିଲୀପ ତିର୍କୀ ଏବଂ ବିଧାନସଭା ପାର୍ଥୀ ଅନୀଲ ବରୁଆ, ଶତାଧିକ କର୍ମୀଙ୍କ ସହ ରାଜଗାଙ୍ଗପୁର ଘୋଘରସ୍ଥିତ ପ୍ରସିଦ୍ଧ ବାବା ଘୋଘଡେଶ୍ୱରଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ବାବାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଜିଲ୍ଲାର ବରିଷ୍ଠ ନେତା, ବିଜେଡିର ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ ମଙ୍ଗଳା କିଷାନ ମଧ୍ୟ ଉପସ୍ଥିତ ରହି ଉଭୟ ପାର୍ôଥଙ୍କ ପାଇଁ ବିଜୟର ଆଶୀର୍ବାଦ ଭିକ୍ଷା କରିଥିଲେ । ବାବା ଘୋଘଡେଶ୍ୱରଙ୍କ ଦର୍ଶନ ସମୟରେ ରାଜଗାଙ୍ଗପୁର ବିଧାନସଭାର ସହ ପର୍ଯ୍ୟବେକ୍ଷକ ଧର୍ମେଶ ନାୟକ, ସୁନ୍ଦରଗଡ଼ର ସହ ପର୍ଯ୍ୟବେକ୍ଷକ ଦେବୁ ମଲ୍ଲିକ, ଜିଲ୍ଲା ପରିଷଦ ସଦସ୍ୟା ସୁଶୀଲା ଟପ୍ପୋଙ୍କ ସହ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ ।
ସାଧାରଣ ନିର୍ବାଚନକୁ ନେଇ ଏବେ ସରଗରମ ମୟୂରଭଞ୍ଜ ରାଜନୀତି । ପ୍ରଚାର ମଇଦାନରେ ନେତା ଓ କର୍ମୀ । ଗାଁଠୁ ସହର, ସବୁଠି ନିର୍ବାଚନୀ ମାହୋଲ । ଏହାରି ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ଶୁଳିଆ ପଦା ବ୍ଲକ ଭୁଷକୁଣ୍ଡାଠାର ବିଜେଡିର ସ୍ୱାଗତ ସମ୍ବର୍ଦ୍ଧନା ସମାବେଶ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଯେଉଁଥିରେ ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡି ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ମୋରଡ଼ା ବିଧାୟକ ପ୍ରାର୍ଥୀ ପ୍ରୀତିନନ୍ଦା କାନୁନଗୋଙ୍କ ସହିତ ଆମ ଓଡ଼ିଶା ନବୀନ ଓଡ଼ିଶାର ସାଧାରଣ ସମ୍ପାଦକ ଏବଂ ମୋରଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପ୍ରୀତିନନ୍ଦାଙ୍କ ସ୍ୱାମୀ ରାଜକିଶୋର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ସମାବେଶରେ ବିଭିନ୍ନ ଦଳରୁ ଆସିଥିବା ଅନେକ କର୍ମକର୍ତା ବିଜେଡିରେ ଯୋଗ ଦେଇଥିଲେ । ଚଳିତ ନିର୍ବାଚନରେ ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡି ଓ ବିଧାୟକ ପ୍ରାର୍ଥୀ ପ୍ରୀତିନନ୍ଦା କାନୁନଗୋଙ୍କୁ ଜିତାଇବା ପାଇଁ ଶଙ୍ଖଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି ଉଭୟ ପ୍ରାର୍ଥୀ ।
ପ୍ରାର୍ଥୀ ଘୋଷଣା ପରେ ଜମୁଛି ପ୍ରଚାର । ରାଜଗାଙ୍ଗପୁରରେ ବାବା ଘୋଘଡେଶ୍ୱରଙ୍କ ଆଶୀର୍ବାଦ ନେଲେ ସୁନ୍ଦରଗଡ଼ ବିଜେଡି ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀ ।
Advertisment
Follow Us