କରୋନା ପାଇଁ ସିବିଏସଇ ପରୀକ୍ଷା ସ୍ଥଗିତ । ଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧ ଯାଏଁ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ।

Advertisment
ବିଶ୍ୱବିଦ୍ୟାଳୟ ସ୍ତରରେ ବର୍ଷ ଶେଷ ପରୀକ୍ଷା କରିବା ନେଇ ଅନୁମତି ଦେଲା ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ୟୁଜିସି ଗାଇଡ୍ ଲାଇନ୍ ଅନୁସାରେ କରିବାକୁ କେନ୍ଦ୍ର ଉଚ୍ଚଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ

କନକ ବ୍ୟୁରୋ : କରୋନା ପାଇଁ ସିବିଏସଇ ପରୀକ୍ଷା ସ୍ଥଗିତ । ଆସନ୍ତାକାଲି ଠାରୁ ୩୧ ମାର୍ଚ୍ଚ ମଧ୍ୟରେ ହେବାକୁ ଥିବା ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ କରାଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ସିବିଏସଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ପରୀକ୍ଷା ନେଇ ମାର୍ଚ୍ଚ ୩୧ରେ ନିଷ୍ପତି ନିଆଯିବ ।

publive-imageସେହିଭଳି ଏହି ସମୟ ସୀମା ମଧ୍ୟରେ ଖାତା ମୂଲ୍ୟାଙ୍କନ ମଧ୍ୟ ବନ୍ଦ ରହିବ । ସ୍ଥିତିକୁ ସମୀକ୍ଷା କରାଯିବା ପରେ ୧ ଏପ୍ରିଲରୁ ଖାତା ମୂଲ୍ୟାଙ୍କନ ଆରମ୍ଭ ହେବ କି ନାହିଁ ସେ ବାବଦରେ ନିଷ୍ପତି ନିଆଯିବ । ତେବେ ପରୀକ୍ଷା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଚିନ୍ତା ନ କରିବାକୁ ଏମଏଚଆରଡି ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe