କନକ ବ୍ୟୁରୋ : କରୋନା ପାଇଁ ସିବିଏସଇ ପରୀକ୍ଷା ସ୍ଥଗିତ । ଆସନ୍ତାକାଲି ଠାରୁ ୩୧ ମାର୍ଚ୍ଚ ମଧ୍ୟରେ ହେବାକୁ ଥିବା ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ କରାଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ସିବିଏସଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ପରୀକ୍ଷା ନେଇ ମାର୍ଚ୍ଚ ୩୧ରେ ନିଷ୍ପତି ନିଆଯିବ ।
ସେହିଭଳି ଏହି ସମୟ ସୀମା ମଧ୍ୟରେ ଖାତା ମୂଲ୍ୟାଙ୍କନ ମଧ୍ୟ ବନ୍ଦ ରହିବ । ସ୍ଥିତିକୁ ସମୀକ୍ଷା କରାଯିବା ପରେ ୧ ଏପ୍ରିଲରୁ ଖାତା ମୂଲ୍ୟାଙ୍କନ ଆରମ୍ଭ ହେବ କି ନାହିଁ ସେ ବାବଦରେ ନିଷ୍ପତି ନିଆଯିବ । ତେବେ ପରୀକ୍ଷା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଚିନ୍ତା ନ କରିବାକୁ ଏମଏଚଆରଡି ପକ୍ଷରୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/846450-cbse-exam.jpg)