କନକ ବ୍ୟୁରୋ : ବିଜେଡି ସରକାର ସମୟରେ ରାଜ୍ୟରେ ହୋଇଥିବା ସବୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ହେବ ତଦନ୍ତ । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କେବଳ ନବ ଦାସ, ମମିତା ମେହର, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଘଟଣା ନୁହେଁ ସମସ୍ତ ହାଇପ୍ରୋଫାଲ ହତ୍ୟାକାଣ୍ଡ ମାମଲାର ପୁନଃ ତଦନ୍ତ କରାଯିବ । ଯେଉଁ ହତ୍ୟାକାଣ୍ଡ ଘଟଣାରେ ଆଜି ପର୍ଯ୍ୟନ୍ତ ନିଷ୍କର୍ସ ବାହାରି ପାରିନି, ତାର ନିଷ୍କର୍ସ ବାହାରିବା ଯାଏଁ ପଦକ୍ଷେପ ନିଆଯିବ ।

Advertisment

ଯେଉଁ ସ୍ଥାନରେ ଅନୈତିକତା ହୋଇଛି ତାର ତଦନ୍ତ ହେବ । ସେ ସମସ୍ତ ଅନୈତିକ କାର୍ଯ୍ୟରେ ତଦନ୍ତ ହେବ । ଏନେଇ ଖୁବଶୀଘ୍ର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ପୂର୍ବରୁ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଆଇନ ମନ୍ତ୍ରୀ କହିଥିଲେ ନବ ଦାସ, ମମିତା ମେହର, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ପୁନଃ ତଦନ୍ତ କରାଯିବ ।