ଭୁବନେଶ୍ୱରରେ ଖୋଲିବ ମନ୍ଦିର । ଆସନ୍ତା ୩ ତାରିଖରୁ ରାଜଧାନୀର ସବୁ ମନ୍ଦିର ଖୋଲିବାକୁ ଅନୁମତି ।

269

କନକ ବ୍ୟୁରୋ: ଭୁବନେଶ୍ୱରରେ ଖୋଲିବ ମନ୍ଦିର । ରାଜଧାନୀର ସବୁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି । ଆସନ୍ତା ୩ ତାରିଖରେ ଭୁବନେଶ୍ୱରର ସମସ୍ତ ମନ୍ଦିର ଖୋଲିବାକୁ ବିଏମସିର ଅନୁମତି । ଲିଙ୍ଗରାଜଙ୍କ ମନ୍ଦିର ବ୍ୟତିତ ଅନ୍ୟ ମନ୍ଦିର ଖୋଲିବାକୁ ବି ନିଷ୍ପତ୍ତି ନିଆଯାଇଛି । ତେବେ କରୋନା କଟକଣା ପାଇଁ ସାଧାରଣ ଦର୍ଶନ ଓ ଶ୍ରଦ୍ଧାଳୁଙ୍କ ଯାଆସ ଉପରେ କଟକଣା ଲଗାଯାଇଥିଲା । ମନ୍ଦିର ଭିତରେ ରୀତିନୀତି ଚାଲିଥିବା ବେଳେ ଦର୍ଶନ ବନ୍ଦ ରହିଥିଲା । ମାତ୍ର ଆସନ୍ତା ୩ରୁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି ।

ତେବେ ଦୀର୍ଘ ୯ ମାସ ପରେ ଖୋଲିବାକୁ ଯାଉଛି ଶ୍ରୀଲିଙ୍ଗରାଜ ମନ୍ଦିର । ପୁରୀ ଜଗନ୍ନାଥ ମନ୍ଦିର ପରେ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଆସନ୍ତା ୨୭ରୁ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ଥିବା ବେଳେ ୨୭ରୁ ୩୧ ଯାଏଁ ଦର୍ଶନ କରିପାରିବେ ସେବାୟତଙ୍କ ପରିବାର । ନୂଆବର୍ଷ ଅଥାର୍ତ ଜାନୁଆରୀ ୧ ଓ ୨ରେ ବନ୍ଦ ରହିବ ଲିଙ୍ଗରାଜ ମନ୍ଦିର । ଏହି ସମୟରେ କୌଣସି ଭକ୍ତ କିମ୍ବା ସେବାୟତଙ୍କ ପରିବାରକୁ ମନ୍ଦିର ଭିତରକୁ ଛଡାଯିବ ନାହିଁ ।

ତେବେ ୩ରୁ ଭକ୍ତଙ୍କ ପାଇଁ ଖୋଲାଯିବ ମନ୍ଦିର । ୩ରୁ ୫ ତାରିଖ ଯାଏଁ ରାଜଧାନୀ ବାସିନ୍ଦାଙ୍କୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ । ଜାନୁଆରୀ ୬ରୁ ୩୧ ଯାଏଁ ରାଜ୍ୟର ଅନ୍ୟାନ୍ୟ ସ୍ଥାନର ଭକ୍ତଙ୍କୁ ଲିଙ୍ଗରାଜଙ୍କ ଦର୍ଶନ ନେଇ ସୁଯୋଗ ମିଳିବ । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୋଭିଡ ନେଗେଟିଭ ରିପୋର୍ଟ ଦେଖାଇଲେ ହିଁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ଭକ୍ତ । ଏହାସହ ଦର୍ଶନ ବେଳେ କୋଭିଡ ଗାଇଡଲାଇନକୁ ଗୁରୁତ୍ୱ ଦିଆଯିବ ।