ଟିକାକରଣ ପାଇଁ ଶିକ୍ଷକଙ୍କୁ ଦିଆଯିବ ଅଗ୍ରାଧିକାର : ସେପ୍ଟେମ୍ବର ୫ ପୂର୍ବରୁ ସମସ୍ତ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କୁ ଟିକା ଦିଆଯିବ

152

କନକ ବ୍ୟୁରୋ : ଟିକାକରଣ ପାଇଁ ଶିକ୍ଷକଙ୍କୁ ଅଗ୍ରାଧିକାର ଦିଆଯିବ । ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସବୁ ସରକାରୀ ଓ ବେସରକାରୀ ସ୍କୁଲର ଶିକ୍ଷକ ଓ ଅଣଶିକ୍ଷକଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି ପରେ ପ୍ରକ୍ରିୟା ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ । କେତେ ଶିକ୍ଷକ ଟିକା ନେଇଛନ୍ତି ଓ କେତେ ନେଇ ନାହାଁନ୍ତି ତାର ତାଲିକା ପ୍ରସ୍ତୁତ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ୟୁ ଡାଇସ ପ୍ଲସ ସଫ୍ଟୱେର ମାଧ୍ୟମରେ ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ସମନ୍ୱୟରେ ଟିକାକରଣ କରାଯିବ ।

ଅତିରିକ୍ତ ୧୧ ଲକ୍ଷ ଟିକା ଆସିବା ପରେ ୨୭ ତାରିଖରୁ କାର୍ଯ୍ୟ ଆରମ୍ଭ ହେବ । ଏଥିରୁ ୯ ଲକ୍ଷ ୯୨ ହଜାର ୩୮୦ କୋଭିସିଲଡ ଓ ୧ ଲକ୍ଷ ୨୪ ହଜାର କୋଭାକସିନ ଟିକା ଆସିବ। ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ସମସ୍ତ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କୁ ଟିକାଦାନ ପାଇଁ ଟାର୍ଗେଟ ରଖାଯାଇଛି । ୧୦୦ରୁ ଅଧିକ କର୍ମଚାରୀ ଟିକା ନେଇ ନ ଥିବା ସ୍କୁଲରେ ସିଭିସି କରି ଟିକା ଦିଆଯିବ ।