ପ୍ରବାସୀ ଶ୍ରମିକଙ୍କଠାରେ ଦେଖିବାକୁ ମିଳୁଛି କରୋନାର ସବୁ ଲକ୍ଷଣ: ସୁରତରୁ ଫେରିଥିବା ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ଥିବା ସ୍ପଷ୍ଟ କଲା ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ

819

କନକ ବ୍ୟୁରୋ: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ୨୬ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଂଜାମରୁ ଅଛନ୍ତି ୧୯ ଜଣ କରୋନା ସଂକ୍ରମିତ । ତେବେ ଏହି ୧୯ ନୂଆ ଆକ୍ରାନ୍ତଙ୍କୁ ନେଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୪୭ରେ ପହଂଚିଛି । ଗଂଜାମରେ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୮ ଜଣ ସୁରତରୁ ଫେରିଥିବା ବେଳେ ଜଣେ କେରଳରୁ ଫେରିଛନ୍ତି । ସେମାନଙ୍କୁ ସଂଗରୋଧ କେନ୍ଦ୍ରରେ ରଖିଯାଇଥିଲା ।

ତେବେ ସବୁଠାରୁ ବଡ କଥା ହେଉଛି, ସୁରତରୁ ଫେରିଥିବା ଆକ୍ରାନ୍ତଙ୍କ ଠାରେ କରୋନାର ସବୁ ପ୍ରକାର ଲକ୍ଷଣ ଦେଖିବାକୁ ମିଳିଥିଲା । ଗଂଜାମର ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ, ୨୬, ୪୫, ୨୧, ୩୮, ୪୦, ୩୩, ୪୫, ୩୧, ୨୩, ୪୭, ୩୫, ୨୪, ୩୦, ୧୮, ୨୯, ୫୭, ୩୮, ୩୧ ଏବଂ ୫୮ । ସେହିଭଳି କେନ୍ଦ୍ରାପଡାର ଆକ୍ରାନ୍ତ ବୟସ ୨୭, ୩୧,୩୨,୩୩ ଓ ୩୫ ରହିଛି । ଭଦ୍ରକରେ ୨୧ ଓ ୪୧ ବର୍ଷିୟ ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି ।

ରାଜ୍ୟରେ ଆଉ ୨୬ କରୋନା ଆକ୍ରାନ୍ତ ଚିହ୍ନଟ । ଗଂଜାମର ୧୯, କେନ୍ଦ୍ରାପଡାରୁ ୫ ଓ ଭଦ୍ରକରୁ ୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ସମସ୍ତ ଆକ୍ରାନ୍ତଙ୍କର ସୁରତ ଲିଙ୍କ ରହିଛି । ଏନେଇ ସ୍ପଷ୍ଟ କରିଛି ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ । ମୋଟ ଆକ୍ରାନ୍ତ ସଂଖ୍ୟା ୨୪୫କୁ ବୃଦ୍ଧି । ସମସ୍ତ ଆକ୍ରାନ୍ତ କ୍ୱାରେନଟିନ୍ ସେଂଟରରେ ରହୁଥିଲେ । ରାଜ୍ୟରେ ଏବେ ୧୮୧ଟି ଆକ୍ଟିଭ ମାମଲା ରହିଛି । ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆକ୍ରାନ୍ତମାନେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।