ସରକାରଙ୍କ କଡା ପଦକ୍ଷେପ ପରୀକ୍ଷାର୍ଥୀଙ୍କ ପାଇଁ ସାଜିଲା କାଳ ! କପି ବନ୍ଦ ହେବାରୁ ୧୫୦ଟି ସ୍କୁଲରେ ଜଣେବି ହେଲେନି ପାସ ।

42

ୟୁପିରେ କପି କରିବାକୁ ନେଇ ରାଜ୍ୟ ସରକାର ନେଇଥିବା କାର୍ଯ୍ୟାନୁଷ୍ଠାନର ଫଳ ଯାହା ଆସିଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଗତ ରବିବାର ଦିନ ୧୦ମ ଏବଂ +୨ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ୟୁପି ବୋର୍ଡର ୧୦ମ ଏବଂ +୨ ପରୀକ୍ଷାରେ ୧୫୦ ସ୍କୁଲର ଜଣେ ହେଲେ ବି କେହି ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବାରେ ସକ୍ଷମ ହୋଇପାରି ନାହାନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଅନୁସାରେ କୌଣସି ସ୍କୁଲ ଏବଂ କଲେଜରେ କପି ହୋଇପାରିବ ନାହିଁ । କପି ନକରିବା ପାଇଁ ନିଆ ଯାଇଥିବା ପଦକ୍ଷେପ କାରଣରୁ ପାସ ହୋଇଥିବା ଛାତ୍ରଙ୍କ ସଂଖ୍ୟା ପୂର୍ବ ବର୍ଷ ପାସ ହୋଇଥିବା ଛାତ୍ରଙ୍କ ଠାରୁ ଖୁବ କମ ରହିଛି । ତେବେ ଆଶ୍ଚର୍ଯ୍ୟ ଘଟଣା ହେଉଛି ଏବର୍ଷ ୧୫୦ ସ୍କୁଲର କୌଣସି ଜଣ ହେଲେ ମଧ୍ୟ ଛାତ୍ର ପରୀକ୍ଷାରେ ଉତ୍ତିର୍ଣ୍ଣ ହେବାରେ ସଫଳ ହୋଇପାରି ନାହାନ୍ତି । ଏହି ସ୍କୁଲ ମଧ୍ୟରେ ଉଭୟ ସରକାରୀ ଏବଂ ବେସରକାରୀ ସ୍କୁଲ ସାମିଲ ରହିଛନ୍ତି ।

ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ହେଉଥିବା ୯୮ ଟି ସ୍କୁଲର ସମସ୍ତ ଛାତ୍ର ପରୀକ୍ଷାରେ ଫେଲ ହୋଇଥିବା ବେଳେ +୨ ପାଠ ପଢାଯାଉଥିବା ୫୨ ଟି ସ୍କୁଲର ମଧ୍ୟ ସମାନ ପରିସ୍ଥିତି ରହିଛି । ୟୁପି ବୋର୍ଡର ସଚିବ ନିନା ଶ୍ରୀବାସ୍ତବଙ୍କ କହିବା ଅନୁସାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍କୁଲରେ କପି ନକରିବା ପାଇଁ ନିଆଯାଇଥିବା ଦୃଢ ପଦକ୍ଷେପ କାରଣରୁ ଛାତ୍ର ମାନେ କପି କରି ପାରିନଥିଲେ । ଯାହା ଫଳରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗାଜିପୁରର ୧୭ ଟି ସ୍କୁଲରେ ଜଣେ ହେଲେ କେହି ଛାତ୍ର ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇ ନାହାନ୍ତି । ସେହିଭଳି ଦ୍ୱିତୀୟରେ ରହିଛି ଆଗ୍ରାର ୯ ଟି ସ୍କୁଲ । ଏହାକୁ ଛାଡି ୨୩୭ଟି ସ୍କୁଲରେ ୨୦ ପ୍ରତିଶତରୁ କମ ଛାତ୍ର ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି । ତେବେ ମୋଟା ମୋଟି ଭାବରେ କହିବାକୁ ଗଲେ ୧୦ମ ରେ ପ୍ରାୟ ୭୫.୫ ପ୍ରତିଶତ ଛାତ୍ର ଏବଂ +୨ ରେ ୭୨.୪ ପ୍ରତିଶତ ଛାତ୍ର ପରୀକ୍ଷାରେ ପାସ ହୋଇଛନ୍ତି । ଯାହା ଗତ ଏକ ଦଶନ୍ଦି ତୁଳନାରେ ଖୁବ କମ ।