କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କ ହେବ କୋଭିଡ଼ ପରୀକ୍ଷା । ଗଂଜାମ ଜିଲ୍ଲାପ୍ରଶାସନ ଏନେଇ ନିଷ୍ପତି ନେଇଛି । ଡ଼୍ୟୁଟିରେ ଯିବା ପୂର୍ବରୁ ସମସ୍ତଙ୍କର କୋଭିଡ଼ ପରୀକ୍ଷା ହେବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଟ୍ୱିଟ କରି ଗଂଜାମ ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି । କରୋନା ପରୀକ୍ଷା ନେଇ ବିଡ଼ିଓ ଦାୟିତ୍ୱ ନିର୍ବାହ କରିଛନ୍ତି ଜିଲ୍ଲାପାଳ । ରାଜ୍ୟରେ ସର୍ବାଧିକ ସଂକ୍ରମିତ ତାଲିକାରେ ପ୍ରଥମରେ ରହିଛି ଗଂଜାମ । ଏପର୍ଯ୍ୟନ୍ତ ଜିଲ୍ଲାରେ ୪ ହଜାର ୧୪୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧ହଜାର ୯୧୭ଟି ସକ୍ରିୟ ମାମଲା ଥିବା ବେଳେ ୨ହଜାର ୧୮୫ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଭୂତାଣୁ ସଂକ୍ରମିତ ହୋଇ ୪୩ଜଣଙ୍କର ମୃତ୍ୟୁ ହୋଇଛି ।
All staff will be tested before giving corona duty. Concerned BDOs will coordinate accordingly.@CMO_Odisha@HFWOdisha
— Collector & District Magistrate, Ganjam (@Ganjam_Admin) July 13, 2020
କରୋନା ମୁକାବିଲାରେ ନିଃସ୍ବାର୍ଥ ଓ ଉତ୍ସର୍ଗୀକୃତ ସେବା ଜାରି ରଖିଥିବା ଗଞ୍ଜାମ ଜିଲ୍ଲାର ଅନେକ କରୋନା ଯୋଦ୍ଧାଙ୍କ ଜୀବନ ଏବେ ସଂକଟରେ। ଏଯାଏ ୬୪୫ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା ବେଳେ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ଆଉ ୩ କରୋନା ଯୋଦ୍ଧା ପ୍ରାଣ ହରାଇଛନ୍ତି। ଫଳରେ ଏହାକୁ ମିଶାଇ ଏବେ ସୁଦ୍ଧା ମୋଟ ୭ ଜଣ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। ଆସିକା ବ୍ଲକ୍ ଓ ଥାନା ଇଲାକାରେ ଜଣେ କନେଷ୍ଟବଳ ଓ ଜଣେ ପ୍ରଧାନଶିକ୍ଷକ ଏବଂ ସାନଖେମୁଣ୍ତି ବ୍ଲକ୍ରେ ଅଙ୍ଗନବାଡ଼ି ସୁପରଭାଇଜର୍ ଭାବେ କାମ କରୁଥିବାଙ୍କ ମୃତ୍ୟୁ ସମଗ୍ର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।