image courtesy - dbpost.comଏଥିସହିତ ପୁରୁଣା ଅପରାଧିଙ୍କୁ ଧରିବାକୁ ଜିଲ୍ଲାମାନଙ୍କୁ ଯେଉଁ ଟାର୍ଗେଟ ଦିଆଯାଇଥିଲା, ତାହା କେତେଦୂର ପୂରଣ ହୋଇଛି ତାହାକୁ ମଧ୍ୟ ତର୍ଜମା କରାଯାଇଥିଲା। ଏହାଛଡ଼ା ସିଏପିଏଫଙ୍କୁ ଠିକ୍ ଭାବେ ସହଯୋଗ କରିବାକୁ ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମିଳିତ ଭାବେ ଜିଲ୍ଲାମାନଙ୍କ ପାଇଁ ଏକ ପୂର୍ଣ୍ଣ ସୁରକ୍ଷା ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ସିଏପିଏଫଙ୍କୁ ବୃହତ୍ ଆଇନ୍ଶୃଙ୍ଖଳା ପରିସ୍ଥିତି, ମୋବାଇଲ୍ ପାଟ୍ରୋଲି˚ ଓ ସମ୍ବେଦନଶୀଳ ବୁଥମାନଙ୍କରେ ନିୟୋଜିତ କରାଯିବ। ଏସବୁ ବାଦ୍ ଯଦି ଜିଲ୍ଲାମାନଙ୍କରେ ଅଧିକ ସୁରକ୍ଷାକର୍ମୀଙ୍କ ଆବଶ୍ୟକତା ଥାଏ ତାହେଲେ ଅତିରିକ୍ତ ଡିଜି (ଆଇନ୍ ଶୃଙ୍ଖଳା) ଓ ଅତିରିକ୍ତ ଡିଜି (ଅପରେସନ୍)ଙ୍କୁ ତୁରନ୍ତ ଜଣାଇବାକୁ କୁହାଯାଇଛି। ଜିଲ୍ଲା ମୁଖ୍ୟାଳୟମାନଙ୍କରେ ଏକ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ। ସେଥିରେ ଜିଲ୍ଲା ପୁଲିସ୍ ରାଜସ୍ବ ଅଧିକାରୀମାନେ ସାମିଲ ରହିବେ। ଭୋଟଗ୍ରହଣ ଦିନ ଏସପିମାନେ ବ୍ୟକ୍ତିଗତ ଭାବେ କଣ୍ଟ୍ରୋଲ ରୁମରେ ଉପସ୍ଥିତ ରହିବାକୁ ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି।
Follow Us