ପାଖେଇ ଆସୁଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଭେଟଘାଟ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଛନ୍ତି କଳାକାର । 

119

କନକ ବ୍ୟୁରୋ : ନୂଆଁଖାଇକୁ ନେଇ ସବୁ ମହଲରେ ପ୍ରସ୍ତୁତି ଚାଲିଥିବା ବେଳେ ସମ୍ବଲପୁରୀ କଳାକାରମାନେ ଭେଟଘାଟକୁ ନେଇ ଚଳାଇଛନ୍ତି ପ୍ରସ୍ତୁତି । ନୂଆଁଖାଇ ପାଳିବା ପାଇଁ କରୁଛନ୍ତି ନୃୃତ୍ୟ ଗୀତ ଅଭ୍ୟାସ । କୋଭିଡ ପରେ ପ୍ରଥମଥର ପାଇଁ ଆରମ୍ଭ କରିଛନ୍ତି ଅଭ୍ୟାସ ।

ପଶ୍ଚିମ ଓଡିଶାର ସବୁଠାରୁ ବଡ ପର୍ବ ନୂଆଁଖାଇ ପାଳନ ପାଇଁ ଚାଲିଛି ପ୍ରସ୍ତୁତି । ସମ୍ବଲପୁରୀ କଳାକାରମାନେ ନୂଆଁଖାଇକୁ ନେଇ ନୃତ୍ୟ, ଗୀତ ପ୍ରସ୍ତୁତି କରୁଛନ୍ତି । ଏହି ଗୀତ, ନୃତ୍ୟରେ ନୂଆଁଖାଇର ତାତ୍ପର୍ଯ୍ୟ ବୁଝାଇଥାନ୍ତି କଳାକାର । ଗୀତରେ ଗୀତରେ ବାରି ହୋଇଯାଏ ଗଣପର୍ବର ମହାନତା ।

ସମ୍ବଲପୁରୀ ନୃତ୍ୟ ଦଳ ଗୁଡିକ ନୂଆଁଖାଇ ଭେଟଘାଟ୍ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ରାଜ୍ୟ ବାହାରେ ଓ ଦେଶ ବାହାରେ ରହୁଥିବା ପଶ୍ଚିମ ଓଡିଶାର ଲୋକେ ନୂଅାଁଖାଇ ଭେଟଘାଟ ପାଳନ କରିଥାନ୍ତି । ଏବଂ ଏହି କଳକାରମାନେ ସେଠାରେ ନୃତ୍ୟ ପରିବେଷଣ କରିଥାନ୍ତି । ନୂଆଁଖାଇ କେବଳ ଏକ ପରମ୍ପରା ନୁହେଁ, ଏହା ପଶ୍ଚିମ ଓଡିଶାର ପ୍ରତି ପ୍ରାଣରେ ଭରି ରହିଥିବା ଶ୍ରଦ୍ଧା, ଭକ୍ତି ଓ ସମ୍ମାନର ନିଦର୍ଶନ ।