କନକ ବ୍ୟୁରୋ : ଆସନ୍ତାକାଲି କୋଟିଆରେ ହେବ ନିର୍ବାଚନ । ସରିଛି ସମସ୍ତ ପ୍ରସ୍ତୁତି । ଆନ୍ଧ୍ରର ଷଢ଼ଯନ୍ତ୍ର ହେଉ କି କୌଣସି ଅପ୍ରୀତିକର ପରିସ୍ଥିତି ହେଉ ତାକୁ ରୋକିବା ପାଇଁ କୋଟିଆରେ କଡ଼ା ସୁରକ୍ଷା କରଯାଇଛି । ଦିନରେ ପୋଲିସର ଗାଁ ଗାଁ ବୁଲି ପ୍ଳାଗମାର୍ଚ୍ଚ କରୁଥିବା ବେଳେ ରାତିରେ ପୋଲିସ ପାଳିକରି ପଇଁତରା ମାରୁଛି । ୨ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ସେପଟେ ଆସନ୍ତାକାଲି ଭୋଟ ପଡ଼ୁଥିବାରୁ ପୋଲିଂ ଅଧିକାରୀ ମାନେ କୋଟିଆରେ ପହଂଚି ସାରିଛନ୍ତି ।
କୋଟିଆରେ ପହଂଚିଲେ ପୁଲିଂ ପାର୍ଟି : ଆସନ୍ତାକାଲି ପଡିବ ଭୋଟ୍; ଆନ୍ଧ୍ରର ହସ୍ତକ୍ଷେପ ଆଶଙ୍କା କରି ସୁରକ୍ଷା ବ୍ୟବସ୍ଥା ଜୋରଦାର
Advertisment
Follow Us