ବାତ୍ୟା ଜୱାଦ ପାଇଁ ଗଞ୍ଜାମର ସମସ୍ତ ସ୍କୁଲ ବନ୍ଦ: ନିର୍ଦ୍ଦେଶ ଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ 

208

କନକ ବ୍ୟୁରୋ: ବାତ୍ୟା ଜୱାଦ ପାଇଁ ଗଞ୍ଜାମର ସମସ୍ତ ସ୍କୁଲ ବନ୍ଦ । ଆସନ୍ତାକାଲି ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ । ବାତ୍ୟା ଆସୁଥିବାରୁ ଆଗୁଆ ପଦକ୍ଷେପ ନେଇଛନ୍ତି ପ୍ରଶାସନ । ପିଲାଙ୍କ ପାଇଁ ସ୍କୁଲ ଛୁଟି ଥିବା ବେଳେ ଶିକ୍ଷକ ଓ ଅନ୍ୟ କର୍ମଚାରୀ ସ୍କୁଲ ଆସିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲରେ ରହି ଉପସ୍ଥିତ ରହି ପ୍ରଶାସନକୁ ସହଯୋଗ କରିବେ ଶିକ୍ଷକ ।