ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ଆଞ୍ଚଳିକ ଭାଷାରେ ପ୍ରସ୍ତୁତ କରିବେ ଡିଜିଟାଲ ଅଧ୍ୟୟନ ସାମଗ୍ରୀ । କେନ୍ଦ୍ର ସରକାର ଦେଲେ ୩ ବର୍ଷ ସମୟ

134

କନକ ବ୍ୟୁରୋ : କେନ୍ଦ୍ର ସରକାର ଦେଶର ସମସ୍ତ ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ପାଠ୍ୟକ୍ରମ ପାଇଁ ଆଂଚଳିକ ଭାଷାରେ ଡିଜିଟାଲ ଅଧ୍ୟୟନ ସାମଗ୍ରୀ ପ୍ରସ୍ତୁତ କରିବାକୁ । ଏହା ପାଇଁ ସରକାର ତିନି ବର୍ଷ ସମୟ ଦେଇଛନ୍ତି । ଏଭଳି ନିଷ୍ପତ୍ତି ନେବା ପଛରେ କେନ୍ଦ୍ର ସରକାର କହିଛନ୍ତି କି, ଛାତ୍ରଛାତ୍ରୀମାନେ ସେମାନଙ୍କର ଆଂଚଳିକ ଭାଷାରେ କିମ୍ବା ମାତୃଭାଷାରେ ଯେକୌଣସି ଷ୍ଟ୍ରିମ ସହିତ ଜଡିତ କୌଣସିବି ପାଠ୍ୟକ୍ରମ ପଢିପାରିବେ ।

ୟୁଜିସି, ଆଇସିଟିଇ, ଏନଆଇଓଏସ୍ କେନ୍ଦ୍ର ସରକାର ଉଚ୍ଚଶିକ୍ଷା ନିୟାମକ ସଂସ୍ଥାକୁ କହିଛନ୍ତି । ଅଧ୍ୟୟନ କରିବାକୁ ଏନସିଇଆରଟି, ଏନଆଇଟି ଓ ସେଣ୍ଟ୍ରାଲ ୟୁନିଭରସିଟି ପରି ଦେଶର ପ୍ରମୁଖ ଅନୁଷ୍ଠାନଗୁଡିକୁ ମଧ୍ୟ ଆସନ୍ତା ତିନି ବର୍ଷ ଭିତରେ ଏହି ସବୁ କାର୍ଯ୍ୟକୁ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗଣମାଧ୍ୟମ ସହ ଏକ ଆଲୋଚନାରେ ଶିକ୍ଷା ମନ୍ତ୍ରଣାଳୟ କହିଛି କି ରାଜ୍ୟ ସ୍ତରରେ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡିକୁ ଏହି ସବୁ ସାମଗ୍ରୀ ଯୋଗାଇବା ପାଇଁ ୟୁଜିସି, ଆଇସିଟିଇ ଏବଂ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଜାତୀୟ ଶିକ୍ଷାନୀତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି ଯେ, ଏନଇପିର ଉଦ୍ଦେଶ୍ୟ ହେଉଛି କି ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ପ୍ରବେଶ ସ୍ତରରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଆଂଚଳିକ ଭାଷାରେ ଅଧ୍ୟୟନ ଜାରି ରଖିବାର ବିକଳ୍ପ ରହିବା ଉଚିତ୍ ।

ଶିକ୍ଷା ମନ୍ତ୍ରାଳୟରେ ଜଡିତ ହୋଇଥିବା ଅଧିକାରୀମାନେ କହିଛନ୍ତି ଯେ ସେମାନେ ଆଂଚଳିକ ଭାଷାରେ ପଢିବା ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଚିନ୍ତାଧାରା ଏବଂ ନୂତନତା ବୃଦ୍ଧି ପାଇଥାଏ । ଏହା ଫଳରେ ଦେଶର ସାମାଜିକ, ସାଂସ୍କୃତିକ ଓ ଶିକ୍ଷାଗତ ବିକାଶ ଘଟିବ । ୨୦୪୭ ସୁଦ୍ଧା ଏହି ପଦକ୍ଷେପ ଦେଶକୁ ଏକ ବିକଶିତ ଭାରତ କରିବାର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିବ ଏବଂ ଏହାକୁ ବିକଶିତ ଦେଶ ତାଲିକାରେ ଅନ୍ତର୍ଭୁକ୍ତ କରିବ ।

ଶିକ୍ଷାମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, ଇଞ୍ଜିନିୟରିଂ, ମେଡିକାଲ, ଆଇନ, ୟୁଜି, ପିଜି ଏବଂ ଅନ୍ୟାନ୍ୟ ସବୁ ପୁସ୍ତକକୁ ହିନ୍ଦୀରେ ଅନୁବାଦ କରିବାର କାର୍ଯ୍ୟ ଦୁଇ ବର୍ଷ ହେଲାଣି ଚାଲିଛି । ଏବଂ ହିନ୍ଦୀ ଅନୁବାଦ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆପର ସାହାଯ୍ୟ ନିଆଯାଉଛି ।