କନକ ବ୍ୟୁରୋ : ସ୍କୁଲ ବସର ସୁରକ୍ଷାକୁ ନେଇ ରାଜ୍ୟ ସରକାର ଆକ୍ସନମୋଡକୁ ଆସିଛନ୍ତି । ରାଜ୍ୟରେ ଚାଲୁଥିବା ସମସ୍ତ ଘରୋଇ ସ୍କୁଲବସ୍ ଗୁଡିକର ଅଗ୍ନି ନିରାପତ୍ତା ଯାଂଚ ହେବା ନେଇ ସରାକର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହାସହ ସ୍କୁଲ ବସ ଚଳାଉଥିବା ସମସ୍ତ ବସ୍ ମାଲିକ ଓ ସ୍କୁଲଗୁଡିକୁ ନିୟମ କଡ଼ାକଡି ପାଳନ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିୟମ ମୁତାବକ ସ୍କୁଲ ବସ୍ ଗୁଡିକର ଅଗ୍ନି ନିରାପତ୍ତା ନିୟମିତ ଯାଂଚ କରାଯିବ ବୋଲି ରାଜ୍ୟ ସରକାର କହିଛନ୍ତି । ଯଦି କୌଣସି ବସ୍ ମାଲିକ ଏନେଇ ନିୟମର ଉଲଙ୍ଘନ କରନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଲ ଏନେଇ ରାଜ୍ୟ ପରିବହନ କମିସନର ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି ।
ସ୍କୁଲ ବସ୍ ଗୁଡିକର ଅଗ୍ନି ନିରାପତ୍ତାକୁ ଗୁରୁତ୍ୱ । ଯାଂଚ ହେବ ସମସ୍ତ ସ୍କୁଲ ବସର ଅଗ୍ନି ନିରାପତ୍ତା ବ୍ୟବସ୍ଥା
/kanak/media/post_attachments/wp-content/uploads/2024/07/6-30.jpg)