କନକ ବ୍ୟୁରୋ: ସରପଞ୍ଚଙ୍କୁ ଦିଅ ସବୁ ତଥ୍ୟ । ବାହାରୁ ଫେରୁଥିଲେ ପଞ୍ଜୀକରଣ ବାଧ୍ୟତାମୂଳକ ସହ ନିଜର ସବୁ ବିବରଣୀ ସରପଞ୍ଚଙ୍କୁ ଜଣାଇବା ବାଧ୍ୟତାମୂଳକ । ଓଡିଶା ବାହାରୁ ଫେରିବା ପୂର୍ବରୁ ନିଜ ସରପଞ୍ଚକୁ ସମସ୍ତ ତଥ୍ୟ ଦେବେ ଫେରନ୍ତା । କେବେ ଫେରିବେ, କେଉଁଠୁ ଫେରିବେ ତାର ସବିଶେଷ ତଥ୍ୟ ଜଣାଇବେ ଆସୁଥିବା ଲୋକ । ଯଦି ତଥ୍ୟ ନଜଣାଇ ଫେରିଲେ ତେବେ ସରକାରୀ ସୁବିଧାରେ ଉଣା ରହିବାର ସମ୍ଭାବନା ଅଛି ବୋଲି ବାଗଚୀ କହିଛନ୍ତି ।
ସେହିପରି ସୁରତ ଫେରନ୍ତାଙ୍କୁ ବସ ମନା । ସୁରତରୁ ଓଡିଶା ବସରେ ଫେରିବା ମନା । ଏଣିକି ସୁରତ ଫେରନ୍ତା ବସରେ ନୁହେଁ ଟ୍ରେନରେ ଫେରିବେ । କାରଣ ବସରେ ସାମାଜିକ ଦୂତରା ବଜାୟ ରହିପାରୁନି । ଅନେକ କ୍ଷେତ୍ରରେ ଡ୍ରାଇଭର ବେପରୁଆ ଚାଳନା କରୁଥିବା ଦେଖାଦେଉଛି । ଖରା ଦିନ ଥିବାରୁ ଅଂଶୁଘାତର ଆଶଙ୍କା ରହିଛି । ତେଣୁ ସମସ୍ତ ଫେରନ୍ତା ଟ୍ରେନରେ ଫେରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/9-1.jpg)
/kanak/media/post_attachments/wp-content/uploads/2020/05/10-1.jpg)