ଆସନ୍ତା ସୋମବାରରୁ ମହାରାଷ୍ଟ୍ରରେ ଖୋଲିବ ସବୁ ଧାର୍ମିକ ସ୍ଥଳ । ଉଦ୍ଧବ ସରକାର ଜାରି କଲେ ଗାଇଡଲାଇନ

Advertisment
ଆସନ୍ତା ସୋମବାରରୁ ମହାରାଷ୍ଟ୍ରରେ ଖୋଲିବ ସବୁ ଧାର୍ମିକ ସ୍ଥଳ । ଉଦ୍ଧବ ସରକାର ଜାରି କଲେ ଗାଇଡଲାଇନ

କନକ ବ୍ୟୁରୋ : କରୋନା କାଳରେ ମହାରାଷ୍ଟ୍ରରେ ସୋମବାର ଠାରୁ ଖୋଲିବ ଧାର୍ମିକ ସ୍ଥଳ । ଶ୍ରଦ୍ଧାଳୁ ମାନେ ମନ୍ଦିର, ମସଜିଦ, ଗୀର୍ଜା ଯାଇ ଉପାସନା, ଆରାଧନା ପୂଜାର୍ଚ୍ଚନା କରିପାରିବେ । ଏନେଇ ଉଦ୍ଧବ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । କୋଭିଡ ନିୟମ ପାଳନ ସହ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ସମସ୍ତ ଧାର୍ମିକ ସ୍ଥଳ ପାଇଁ ଗୋଟିଏ ନିୟମ ରହିବ । ନିୟମିତ ସାନିଟାଇଜେସନ, ସାମାଜିକ ଦୂରତା ରକ୍ଷା ଅନିବାର୍ଯ୍ୟ ହେବ ।

ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଜୟନ୍ତି ପାଟିଲ କହିଛନ୍ତି, ଠିକ ସମୟରେ ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ନିଷ୍ପତି ନିଆଯାଇଛି । ମହାରାଷ୍ଟ୍ରରେ ଗତ କିଛି ମାସ ହେଲା ମନ୍ଦିର ଖୋଲିବା ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଥିଲା । ଏପରି କି ମନ୍ଦିର ଖୋଲିବା ପାଇଁ ପୂଜାରୀ, ପଣ୍ଡିତ ଆନ୍ଦୋଳନ ମଧ୍ୟ କରିଥିଲେ । ସେପଟେ ଧାର୍ମିକସ୍ଥଳ ଖୋଲିବା ପାଇଁ ଉଦ୍ଧବ ସରକାର ନେଇଥିବା ନିଷ୍ପତିକୁ ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe