ଭୁବନେଶ୍ୱର ପରେ କଟକରେ ବନ୍ଦ ହେଲା ସମସ୍ତ ଧର୍ମାନୁଷ୍ଠାନ । ଆସନ୍ତାକାଲି ଠାରୁ କଟକରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ନେଇ ନିଷ୍ପତ୍ତି

122

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମେ ଭୁବନେଶ୍ୱର ଓ ଏବେ କଟକର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ନେଇ ନିଷ୍ପତ୍ତି ହୋଇଛି । ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ । ଅନ୍ୟପଟେ ଅଳ୍ପ ସଂଖ୍ୟାକୁ ସେବାୟତଙ୍କୁ ନେଇ ଠାକୁରଙ୍କ ନୀତିକାନ୍ତି କରାଯିବ ବୋଲି କଟକ ମହାନଗର ନିଗମ ପକ୍ଷରୁ କୁହାଯାଇଛି ।

ସୂଚନା ଥାଉକି ଦେଶ ସମେତ ଏବେ ରାଜ୍ୟରେ କରୋନା ସଂକ୍ରମଣ ସୁନାମି ଭଳି ଆଗକୁ ମାଡି ଚାଲିଛି । ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ୫ ହଜାର ମୁହାଁ ହୋଇଛି । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪,୭୬୧ ଜଣ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଗୋଟିଏ ପଟେ କରୋନା ଚେନକୁ ଭାଙ୍ଗିବାକୁ ରାଜ୍ୟସରକାର ନାଇଟ୍ କର୍ଫ୍ୟୁ ସହ ସପ୍ତାହନ୍ତ ଲକଡାଉନ୍ ଘୋଷଣା କରିଛନ୍ତି ।

Comments are closed.