କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମେ ଭୁବନେଶ୍ୱର ଓ ଏବେ କଟକର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ନେଇ ନିଷ୍ପତ୍ତି ହୋଇଛି । ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ । ଅନ୍ୟପଟେ ଅଳ୍ପ ସଂଖ୍ୟାକୁ ସେବାୟତଙ୍କୁ ନେଇ ଠାକୁରଙ୍କ ନୀତିକାନ୍ତି କରାଯିବ ବୋଲି କଟକ ମହାନଗର ନିଗମ ପକ୍ଷରୁ କୁହାଯାଇଛି ।
ସୂଚନା ଥାଉକି ଦେଶ ସମେତ ଏବେ ରାଜ୍ୟରେ କରୋନା ସଂକ୍ରମଣ ସୁନାମି ଭଳି ଆଗକୁ ମାଡି ଚାଲିଛି । ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ୫ ହଜାର ମୁହାଁ ହୋଇଛି । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪,୭୬୧ ଜଣ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଗୋଟିଏ ପଟେ କରୋନା ଚେନକୁ ଭାଙ୍ଗିବାକୁ ରାଜ୍ୟସରକାର ନାଇଟ୍ କର୍ଫ୍ୟୁ ସହ ସପ୍ତାହନ୍ତ ଲକଡାଉନ୍ ଘୋଷଣା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/Capture-24.jpg)