ଏଣିକି ଅନଲାଇନରେ ବି ପଲ୍ୟୁସନ୍ ସାର୍ଟିଫିକେଟ୍ । ଗାଡ଼ି ଚାଳକଙ୍କ ସୁବିଧା ପାଇଁ ‘ବାହନ’ ଆପରେ ପଲ୍ୟୁସନ୍ ସାର୍ଟିଫିକେଟ୍ ଉପଲବ୍ଧ କରାଇବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରସରକାରଙ୍କ ନିର୍ଦ୍ଦେଶ

1,453

କନକ ବ୍ୟୁରୋ: ଏଣିକି ‘ବାହାନ’ ଡାଟାବେସରେ ଗାଡ଼ି ଚାଳକଙ୍କ ପ୍ରଦୂଷଣ ସାର୍ଟିଫିକେଟ୍ । ଆଉ ପ୍ରଦୂଷଣ ଯାଂଚ ପ୍ରମାଣପତ୍ର ଉବଲବ୍ଧ କରିବା ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ । ତେବେ ଗାଡ଼ି ଚାଳକକଙ୍କ ଅସୁବିଧା ଦୂର କରି ସେମାନଙ୍କୁ ଶୋଷଣରୁ ରକ୍ଷା କରିବା ଲାଗି ‘ବାହାନ ଡାଟାବେସରେ ପ୍ରଦୂଷଣ ଯାଂଚ ପ୍ରମାଣପତ୍ର ସମେତ ଗାଡ଼ିର ସମସ୍ତ ସୂଚନା ଉପଲବ୍ଧ କରାଇବାର ଆବଶ୍ୟକତାକୁ ପୁଣିଥରେ ଦୋହରାଇଛନ୍ତି କେନ୍ଦ୍ର ସରକାର ।

ଗାଡ଼ି ଚାଳକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଣିକି ସମସ୍ତ ତଥ୍ୟ । ଏମ୍-ପରିବହନ ଏବଂ ଇ-ଚାଲାଣ ଫ୍ଲାଟଫର୍ମରେ ଅପଲୋଡ୍ କରାଇବାକୁ ଆବଶ୍ୟକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଦେଶରେ ନୂଆ ମୋଟର ଯାନ ଆଇନ୍ ୨୦୧୯ର କେତେକ ବ୍ୟବସ୍ଥା ଲାଗୁ ହୋଇଛି । ତେଣୁ ପ୍ରଦୂଷଣ ମାନକରେ ଉଲ୍ଲଘଂନ ପାଇଁ ସଂଶୋଧିତ ଜୋରିମାନା ମଧ୍ୟ ଆଦାୟ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଜୁରୀକାଳୀନ ଭିତ୍ତିରେ ପଦକ୍ଷେପ ନେବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ରାଜଞ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଗତବର୍ଷ ଜୁନ୍ ୬ ତାରିଖରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ବାହାନ ଡାଟାବେସରେ ପ୍ରଦୂଷଣ ଯାଂଚ ପ୍ରମାଣପତ୍ର ସଂଯୋଗ କରିବା ଲାଗି ଏଥିରେ କୁହାଯାଇଥିଲା । ତେବେ ନୂଆ ମୋଟରଯାନ ଆଇନ ୨୦୧୯ ମୁତାବକ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ‘ବାହାନ‘ ଡାଟାବେସରେ ଅନଲାଇନ୍ ଜରିଆରେ ପ୍ରଦୂଷଣ ଯାଂଚ ତଥ୍ୟ ଅପଲୋଡ କରିବା ଲାଗି ପ୍ରଦୂଷଣ ନିୟନ୍ତ୍ରଣ କେନ୍ଦ୍ର(ପିୟୁସି) ଗୁଡ଼ିକୁ କହିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।