ସଂସ୍ଥା ଖୋଲି ପାରିବେ କୋଭିଡ୍ କେୟାର ହୋମ୍ । ନିଜ କର୍ମଚାରୀ ଆକ୍ରାନ୍ତ ହେଲେ ସେମାନଙ୍କ ଚିକିତ୍ସା ପାଇଁ ସର୍ତ୍ତ ସହ ଖୋଲିହେବ କୋଭିଡ୍ ସେଣ୍ଟର । ଅପିଲ କଲେ ରାଜ୍ୟ ସରକାର ।

942

କନକ ବ୍ୟୁରୋ: ସଂସ୍ଥା ଖୋଲି ପାରିବେ କୋଭିଡ୍ କେୟାର ହୋମ୍ । କରୋନା କେୟାର ସେଣ୍ଟର ଖୋଲିବା ପାଇଁ ଅପିଲ କଲେ ରାଜ୍ୟ ସରକାର । ଘରୋଇ ଅନୁଷ୍ଠାନ, ଘରୋଇ କମ୍ପାନୀ କିମ୍ବା ଯେକୌଣସି ସଂସ୍ଥା ଚାହିଁଲେ କୋଭିଡ୍ କେୟାର ହୋମ୍ ଖୋଲି ପାରିବେ । ତେବେ ନିଜ ସଂସ୍ଥାର କର୍ମଚାରୀଙ୍କ ସୁବିଧା ଏବଂ ସୁସ୍ଥ ମାନସିକ ସ୍ଥିରତା ପାଇଁ ଛୋଟ, ବଡ ସଂସ୍ଥାମାନେ ନିଜେ ଏମିତି ଆଇସୋଲେସନ ସେଣ୍ଟର ଖୋଲି ସେମାନଙ୍କ କର୍ମଚାରୀଙ୍କୁ ରଖି ଚିକିତ୍ସା କରାଇପାରିବେ ।

ତେବେ ଓଡିଶାର ସବୁ ପୌରାଞ୍ଚଳ, ଭୁବନେଶ୍ୱର ଏବଂ ଝାରସୁଗୁଡା ବିମାନ ବନ୍ଦର, ଇଷ୍ଟ କୋଷ୍ଟ ରେଲୱର ସବୁ ସେଣ୍ଟରରେ, ପାରାଦୀପ, ଧାମରା, ଗୋପାଳପୁର ବନ୍ଦରରେ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଧାର୍ମିକ ସଂସ୍ଥା, ଆପାର୍ଟମେଣ୍ଟ, ଆଦି ସଂସ୍ଥାମାନେ ଯଦି ନିଜ ସୁବିଧାରେ କୋଭିଡ୍ କେୟାର ସେଣ୍ଟର ଖୋଲିପାରିବେ ତେବେ ସରକାର ସେମାନଙ୍କୁ ସର୍ତ୍ତ ସହ ଅନୁମତି ଦେବେ । ଯାହା ଦ୍ୱାରା ଉକ୍ତ ସଂସ୍ଥାର କିମ୍ବା ଉକ୍ତ ଆପାର୍ଟମେଣ୍ଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସୁସ୍ଥ ମାନସିକ ସ୍ଥିତିରେ ନିଜ ଘରୋଇ ଅଞ୍ଚଳରେ ରହିପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଲକ୍ଷଣବିହୀନ ରୋଗୀଙ୍କୁ କ୍ରିଟିକାଲ କେୟାର ସୁବିଧା ଦେବାର ଆବଶ୍ୟକତା ନାହିଁ । କେବଳ ଗୁରୁତର ରୋଗୀଙ୍କ ପାଇଁ ଆବଶ୍ୟକ । ଯେହେତୁ ୮୦ ପ୍ରତିଶତ ଲୋକ ଲକ୍ଷଣ ବିହୀନ ତେଣୁ ସେମାନଙ୍କୁ ଘରେ ଆଇସୋଲେସନରେ ରହିବାକୁ ଅନୁମତି ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।