ମହାନଦୀ ମହାସମ୍ମିଳନୀ ପାଇଁ ବିଜେଡିର ପ୍ରସ୍ତୁତି ବୈଠକ : ବୈଠକରେ ବିଜେଡି ସାଂସଦମାନେ ଯୋଗ ଦେଇଛନ୍ତି

37

କନକ ବ୍ୟୁରୋ : ମହାନଦୀ ମହାସମ୍ମିଳନୀ ପାଇଁ ବିଜେଡିର ପ୍ରସ୍ତୁତି ବୈଠକ ବସିଛି । ବୈଠକରେ ୨୨ତାରିଖରେ ହେବାକୁ ଥିବା ମହାସମ୍ମିଳନୀ ପାଇଁ ରଣନୀତି ପ୍ରସ୍ତୁତ ହେବ । ଏହି ବୈଠକରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରଣବ ପକାଶ ଦାସ, ସଂଜୟ ଦାସ ବର୍ମା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ ଓ ଉଷା ଦେବୀ ଯୋଗ ଦେଇଛନ୍ତି । ଅନ୍ୟପଟେ ଆସନ୍ତାକାଲି କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ କୋଲାକାତାରେ ପୂର୍ବାଂଚଳ ୫ଟି ରଜ୍ୟର ପ୍ରତିନିଧିଙ୍କ ବୈଠକ ହେବ । ଏହି ବୈଠକରେ ଓଡିଶା ପକ୍ଷରୁ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ପ୍ରତିନିଧିତ୍ୱ କରିବେ । ଓଡିଶା ଏହି ବୈଠକରେ ମହାନଦୀ ପ୍ରସଙ୍ଗରେ ଦୃଢ଼ଭାବେ ସ୍ୱର ଉଠାଇବାକୁ ଯୋଜନା କରିଛି ।

ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଓଡିଶାର ୧୫ଗୋଟି ଜିଲ୍ଲା ସିଧାସଳଖ ମହାନଦୀ ଦ୍ୱାରା ପ୍ରଭାବିତ ହେଉଛନ୍ତି । ସେହି ଅଂଚଳର ଯୋଜନା ପ୍ରତିନିଧି, ଯାନ୍ତ୍ରିକ ଦଳ, ବିଶେଷଜ୍ଞ ମାନଙ୍କୁ ବୈଠକରେ ଡକାଯାଇଛି । ବ୍ୟାପକ ଆଲୋଚନା ହେବା ସହ ସମସ୍ୟାର ଜଟିଳ ସଂପର୍କରେ ଦସ୍ତାବିଜ ପ୍ରସ୍ତାବିତ ହେବ । ଉତ୍କଟ ସ୍ଥିତିର ବାସ୍ତବିକତା ଲୋକଙ୍କ ସମାନାକୁ ପହଂଚିବ ।