ରାଜଧାନୀରୁ ହଟିବ ରାଜନୈତିକ ପୋଷ୍ଟର । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ପୋଷ୍ଟର ହଟାଇବାକୁ ବିଏମସିର ନୋଟିସ୍ ।

167

କନକ ବ୍ୟୁରୋ: ରାଜଧାନୀରୁ ହଟିବ ରାଜନୈତିକ ଲେଖା । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶ ପରେ ବିଏମ୍ସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟିବା ପାଇଁ ପ୍ରସ୍ତୁତି କରିଛି ଭୁବନେଶ୍ୱର ମହାନଗର ନିଗମ । କାନ୍ଥ ଲେଖା ବି ଲିଭାଇବ ବିଏମସି । ନିର୍ବାଚନ ଆୟୋଗଙ୍କ ଚିଠି ଆଧାରରେ କାମ ଆରମ୍ଭ ହେବ । ଏହାସହ କାନ୍ଥ, ଗଛ ଓ ଖୁଂଟରେ ପୋଷ୍ଟର ଲଗାଇବା ଉପରେ କଟକଣା ଲଗାଯାଇଛି । ଭୁବନେଶ୍ୱରର ବିଭିନ୍ନ କାନ୍ଥ ଓ ପାଚେରୀରେ ଲେଖାଯାଇଥିବା ରାଜନୈତିକ ଲେଖା, ପୋଷ୍ଟର ଓ ବ୍ୟାନର ହଟାଯିବ ।

ନିର୍ବାଚନ ଆୟୋଗଙ୍କ ଗାଇଡ୍ ଲାଇନ୍ ଆଧାରରେ ଏହି କାମ କରାଯିବ ବୋଲି ବିଏମ୍ସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ସମସ୍ତ ରାଜନୈତିକ ଦଳ ଗୁଡିକ ଏନେଇ ଅବଗତ ଅଛନ୍ତି । ଏବଂ ଏହି କାମରେ ବିଏମସିକୁ ସହଯୋଗ କରୁଥିବା କମିସନର ସୂଚନା ଦେଇଛନ୍ତି । ପୂର୍ବରୁ ଏହି ପୋଷ୍ଟରକୁ ନେଇ ଭୁବନେଶ୍ୱରରେ ରାଜନୈତିକ ବିବାଦ ଉପୁଜିଥିଲା । ସାଂସଦ ଅପରାଜିତାଙ୍କ ଲେଖା ଲିଭାଇ ବିଏମ୍ସି ଅଡୁଆରେ ପଡିଥିଲା । ତେବେ ଏହି କାର୍ଯ୍ୟ ପାଇଁ ବିଏମ୍ସି ପ୍ରାୟ ୧୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରି ସାରିଛି । ୩୦ରୁ ଅଧିକ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି ।