କନକ ବ୍ୟୁରୋ: କୋଟିଆ ପାଇଁ ସରିଛି ସର୍ବଦଳୀୟ ବୈଠକ । ଚଳିତ ପଂଚାୟତ ନିର୍ବାଚନରେ କୋଟିଆରେ ହେବ ସମ୍ମାନର ଲଢେଇ । ବିବାଦୀୟ କୋଟିଆରେ ମିଳିତ ପ୍ରାର୍ଥୀ ଦେବାକୁ ସମସ୍ତ ରାଜନୈତିକ ଦଳର ପ୍ରୟାସ ସତ୍ୱେ ତାହା ସମ୍ଭବ ହୋଇପାରିନାହିଁ । ସର୍ବଦଳୀୟ କମିଟିର ନିଷ୍ପତି ଅନୁସାରେ ମିଳିତ ପ୍ରାର୍ଥୀ ମମତା ଯାନୀ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନ କରିଛନ୍ତି । ହେଲେ ତାଙ୍କୁ ଅପ୍ରତିଦ୍ୱନ୍ଦି ଭାବେ ନିର୍ବାଚିତ କରିବାର ପ୍ରୟାସ ଫେଲ ମାରିଛି ।
କାରଣ ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ମୈଦାନରେ ଏବେ ମମତାଙ୍କୁ ମିଶାଇ ଦୁଇ ଜଣ ପ୍ରାର୍ଥୀ ଅଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଟିକାଇ ଗେମେଲ । ଅର୍ଥାତ୍ ଏଠାରେ ମମତା ଓ ଟିକାଇଙ୍କ ମଧ୍ୟରେ ନିର୍ବାଚନ ହେବ । ସର୍ବଦଳୀୟ କମିଟିର ଅନେକ ବୁଝାସୁଝା ସତ୍ୱେ ଏବେ ଟିକାଇ ପ୍ରାର୍ଥୀପତ୍ର ପ୍ରତ୍ରାହର କରିନାହାନ୍ତି । ତେଣୁ ଏବେ କେମିତି ମମତା ଜାନିଙ୍କ ପାଇଁ ପ୍ରଚାର କରାଯିବ ଓ ତାଙ୍କୁ ବିଜୟୀ କରାଯିବ ସେ ନେଇ ଆଜି ପଟାଙ୍ଗିରେ ସର୍ବଦଳୀୟ କମିଟି ବୈଠକ ବସିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/01/vlcsnap-2022-01-29-17h43m56s238.png)