କନକ ବ୍ୟୁରୋ : ଆସନ୍ତା ୨୧ରେ ବସିବ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବୈଠକ । ପୂର୍ବାହ୍ନ ୧୧ଟାରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ପାଇଁ ସହଯୋଗ ଲୋଡିବେ ବାଚସ୍ପତି । ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମଥର ପାଇଁ ବଜେଟ ଉପସ୍ଥାପନ କରିବେ । ରାଜ୍ୟରେ ନୂଆ ସରକାର ଆସିବା ପରେ ଏହା ପ୍ରଥମ ବଜେଟ ହେବ ।
ସର୍ବଦଳୀୟ ବୈଠକ ପୂର୍ବରୁ ନିଯୁକ୍ତ ହେବେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ । ଏହି ୨ ପଦବୀ ଏବେ ପର୍ଯ୍ୟନ୍ତ ଫାଙ୍କା ରହିଛି । ତେଣୁ ଶାସକ ବିଜେପି ଏହି ୨ ପଦବୀରେ କାହାକୁ ବସାଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ସେହିଭଳି ଫାଙ୍କା ପଡିଥିବା ଉପ-ବାଚସ୍ପତି ପଦ ପାଇଁ ଆସନ୍ତା ୨୩ ତାରିଖରେ ନାମାଙ୍କନପତ୍ର ଦାଖଲ ହେବ । ୧୨ ସୁଦ୍ଧା ନାମାଙ୍କନପତ୍ର ଭରିବେ ପ୍ରାର୍ଥୀ । ସେହିଭଳି ୨୪ରେ ଏହାର ଫଳାଫଳ ଘୋଷଣା କରାଯିବ । ଏ ସମସ୍ତ ପ୍ରକ୍ରିୟା ସରିବା ପରେ ୨୫ରେ ବଜେଟ ଉପସ୍ଥାପନ କରାଯିବ ।