କରୋନା ମୁକାବିଲା ପାଇଁ ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ମହାମାରୀ ମୁକାବିଲା ପାଇଁ ହେବ ଆଲୋଚନା ।

Advertisment
କରୋନା ମୁକାବିଲା ପାଇଁ ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ମହାମାରୀ ମୁକାବିଲା ପାଇଁ ହେବ ଆଲୋଚନା ।

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରୀର ମୁକାବିଲା ପାଇଁ ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ବସିଛି ବୈଠକ। ବାଚସ୍ପତି ବୈଠକ ପରିଚାଳନା କରୁଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଜେଡି ବିଧାୟକଙ୍କ ସହ ବିରୋଧୀ ଦଳ ମୁଖ୍ୟ ସଚେତକ, ବିରୋଧୀ ଦଳ ଉପନେତା, କଂଗ୍ରେସ ବିଧାୟକ ଦଳ ନେତା ଉପସ୍ଥିତ। ବୈଠକରେ କୋଭିଡ ମୁକାବିଲା ନେଇ ହେବ ଆଲୋଚନା ।

ଏହି ସର୍ବଦଳୀୟ ବୈଠକରେ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ମାନେ ଉପସ୍ଥିତି ରହିଛନ୍ତି । କିଛି ବିଧାୟକ ବିଧାନସଭାରେ ଉପସ୍ଥିତ ଥିବା ବେଳେ ଅନ୍ୟ ବିଧାୟକ ମାନେ ଭର୍ଚୁଆଲରେ ବୈଠକରେ ଯୋଗ ଦେଇଛନ୍ତି । କେମିତି କରୋନା ମହାମାରୀର ମିଳିମିଶି ମୁକାବିଲା କରାଯାଇପାରିବ ସେନେଇ ଆଲୋଚନା ହେବ । ଏବେ କରୋନା ବିଭିନ୍ନ ଜିଲ୍ଲାରେ କାୟା ମେଲାଉଥିବା ବେଳେ ସଂକ୍ରମଣ ଚେନରେ ବ୍ରେକ ଦେବାକୁ ସର୍ବଦଳୀୟ ବୈଠକ ଡକାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe