ଗୃହରେ ବିରୋଧୀଙ୍କ ହୋହଲ୍ଲା: ଦୁଇଥର ମୁଲତବୀ ପରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

235

କନକ ବ୍ୟୁରୋ: ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ପୁଣି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ଆଉ ଚାଷୀ ଓ ଅନ୍ୟାନ ପ୍ରସଙ୍ଗରେ ଆରମ୍ଭ କରୁ ଦୁଇଥର ମୁଲତବୀ ହୋଇଛି ବିଧାନସଭା । ହୋହଲ୍ଲା ଯୋଗୁଁ ପ୍ରଶ୍ନକାଳ ବାଧାପ୍ରାପ୍ତ ହୋଇଛି । ତେଣୁ ଗୃହକୁ କିଭଳି ଏହାର ମାର୍ଯ୍ୟାଦା ରଖି ସୁରୁଖୁରୁରେ ଚଳାଯିବ ସେଥିପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।

ତେବେ ନାରୀ ନିର୍ଯାତନା, ଖଣିଜ ସମ୍ପଦ ଚୋରାଚାଲାଣ ଓ ଧାନ ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ଗୃହରେ ହୋହଲ୍ଲା କରିଥିଲେ । ଫଳରେ ଗୃହକୁ ୧୧ଟା ୩୦ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହାପରେ ପୁଣି ଧାନ କିଣା ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଥିଲେ । ଫଳରେ ଗୃହକୁ ଦିନ ୧୨ଟା ୩୦ ଯାଏଁ ମୁଲତବୀ ଘୋଷଣା କରାଯାଇଛି । ଏହାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି । ସର୍ବଦଳୀୟ ବୈଠକ ପରେ ଗୃହ ଶାନ୍ତିଶୃଙ୍ଖଳାର ସହ ଚାଲିବ ବୋଲି ଆଶା କରାଯଉଛି ।