ଶୀତକାଳୀନ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ସୁରୁଖୁରରେ ଗୃହକାର୍ଯ୍ୟ ଚଳାଇବାକୁ ସମସ୍ତ ଦଳଙ୍କୁ ସରକାରଙ୍କ ଅପିଲ

Advertisment
ଶୀତକାଳୀନ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ସୁରୁଖୁରରେ ଗୃହକାର୍ଯ୍ୟ ଚଳାଇବାକୁ ସମସ୍ତ ଦଳଙ୍କୁ ସରକାରଙ୍କ ଅପିଲ

କନକ ବ୍ୟୁରୋ : ଶୀତକାଳୀନ ଅଧିବେଶନ ପୂର୍ବରୁ ଶନିବାର ବସିଛି ସର୍ବଦଳୀୟ ବୈଠକ । କିଭଳି ସଂସଦର ଉଭୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବ ସେନେଇ ଦଳମାନଙ୍କ ମଧ୍ୟରେ ସମନ୍ୱୟ ବୈଠକ କରାଯାଇଛି । ସରକାର କହିଛନ୍ତି ସବୁ ପ୍ରସଙ୍ଗ ଉପରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଅଛନ୍ତି ତେବେ ବିରୋଧୀଙ୍କୁ ସୂଚରାରୂପେ ଗୃହକାର୍ଯ୍ୟ କରିବାକୁ ଅପିଲ କରିଛନ୍ତି ସରକାର । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୨୩ଦଳର ୩୦ ସାଂସଦ ଯୋଗ ଦେଇଥିଲେ । ଡିସେମ୍ବର ୪ରୁ ୨୨ ତରେିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଶୀତକାଳୀନ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ବିଲ ଉପରେ ଚର୍ଚ୍ଚା କରାଯିବ । ସେପଟେ ବିଏସପି ଜାତିଗତ ଜନଗଣନା ଦାବି କରି ଏହା ଉପରେ ଚର୍ଚ୍ଚା କରିବାକୁ କହିଛି ବିଏସପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe