କନକ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ମଙ୍ଗଳବାର ସର୍ବଦଳୀୟ ବୈଠକ କରିଛନ୍ତି । ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ଆପ ସମେତ ବିଭିନ୍ନ ଦଳର ଗୃହର ନେତା ଭାଗ ନେଇଥିଲେ । ଏଥିରେ ସଦନର କାର୍ଯ୍ୟକ୍ରମ ଠିକ ଭାବେ ପରିଚାଳନା କରିବା ଅଧିବେଶନ ବେଳେ ବିଭିନ୍ନ କାର୍ଯ୍ୟ ଏବଂ ଏହାକୁ ନେଇ ଥିବା ମହତ୍ତ୍ୱପୂର୍ଣ୍ଣ ବିଷୟ ଉପରେ ଚର୍ଚ୍ଚା ହୋଇଥିଲା । ବିରୋଧୀ ଦଳ ସରକାରଙ୍କ ସାମ୍ନାରେ ଅନେକ ପ୍ରସଙ୍ଗ ଉଠାଇଥିଲେ । ବିରୋଧୀ କାଶ୍ମୀର ପଣ୍ଡିତ, ବେରୋଜଗାରୀ ସମେତ ଅନ୍ୟ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଛନ୍ତି ।
କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ଗୃହରେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବା ନେଇ ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ସର୍ବଦଳୀୟ ବୈଠକରେ ଟିଏମସି ସାଂସଦ ଡେରିକ ଓବ୍ରାଏନ ସାମିଲ ହୋଇଥିଲେ । ସେ କହିଛନ୍ତି, ବିଭିନ୍ନ ତଦନ୍ତକାରୀ ସଂସ୍ଥାର ଦୁରୂପଯୋଗ, ମାନ୍ଦାବସ୍ଥା ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ଦଳ । ସେହିପରି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି. ଭାରତରେ ଅନେକ ପ୍ରସଙ୍ଗ ରହିଛି । ବର୍ତ୍ତମାନ ସମୟରେ ପ୍ରସଙ୍ଗର ଅଭାବ ନାହିଁ । ବେରୋଜଗାରୀ ଏବଂ ମହଙ୍ଗାମାଡ ସବୁଠାରୁ ବଡ ପ୍ରସଙ୍ଗ । ସେ କହିଛନ୍ତି ସରକାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ଦରକାର ।
Follow Us