ଅସମାପ୍ତ ରହିଲା ସର୍ବଦଳୀୟ ବୈଠକ : ସରକାର ବିରୋଧୀଙ୍କ ମଧ୍ୟରେ ହୋଇପାରିଲାନି ସହମତି

 ନିଜ ନିଜ ଜିଦରେ ଅଟଳ ରହିଲେ ବିଜେଡ଼ି ଓ ବିଜେପି; ଅପରାହ୍ନ ୪ଟାରେ ପୁଣି ବସିବ ସର୍ବଦଳୀୟ ବୈଠକ

113

କନକ ବ୍ୟୁରୋ : ଗୃହରେ ଅଚଳାବସ୍ଥା ଦୂର କରିବା ପାଇଁ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ ଅସମାପ୍ତ ରହିଛି । ଉଭୟ ବିଜେଡି ଓ ବିଜେପି ନିଜ ନିଜ ଜିଦରେ ଅଡିବସିବାରୁ ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ସର୍ବଦଳୀୟ ବୈଠକରେ ବିଜେଡି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ନମାଗିଲେ ଗୃହ ଚାଲିବ ନାହିଁ ବୋଲି ଜିଦ ଧରିଥିଲେ । ଏହାପରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାର ପ୍ରଶ୍ନ ଉଠିନାହିଁ କହି ବୈଠକରୁ ବାହାରି ଆସିଥିଲେ । ଏବେ ଅପରାହ୍ନ ୪ଟାରେ ପୁଣି ସର୍ବଦଳୀୟ ବୈଠକ ହେବ ବୋଲି ସୂଚନା ମିଳିଛି ।

ଏନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଗୃହର ଗାରିମା ନଷ୍ଟ ହୋଇଛି, କ୍ଷମା ନମାଗିଲେ ଗୃହ ଚାଲିବନି । ଅନ୍ୟପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ମଣ୍ଡିରୁ ଧାନ କିଣନ୍ତୁ, ଚାଷୀଙ୍କ ସମସ୍ୟାର ସମାଧାନ କରନ୍ତୁ, ତାପରେ ଯାହା ହେବ । ଲଗାତାର ଚତୁର୍ଥ ଦିନରେ ଶାସକ ବିରୋଧୀ ମୁହାଁମୁହିଁ ପରିସ୍ଥିତି ଯୋଗୁଁ ଗୃହରେ ଅଚଳାବସ୍ଥା ଦେଖା ଦେଇଛି ।

ବିଭିନ୍ନ ସମସ୍ୟାକୁ ନେଇ ଗୃହରେ ହୋ-ହାଲ୍ଲା ହୋଇଥିବା ବେଳେ ଗୃହ ସାଢ଼େ ୪ଟା ଯାଏଁ ମୁଲତବୀ କରାଯାଇଥିଲା । ଗୃହର କାର୍ଯ୍ୟ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡ଼ାକିଥିଲେ ବାଚସ୍ପତି । ପ୍ରଥମେ ବୈଠକରୁ କଂଗ୍ରେସ ଓହରି ଆସିଥିବା ବେଳେ ଏବେ ବିଜେପି ବୈଠକ ଅଧାରୁ ଚାଲି ଆସିବାରୁ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।