ଖୁବ ଶୀଘ୍ର କରୋନା ଟିକା ଆସିବା ନେଇ ସର୍ବଦଳୀୟ ବୈଠକରେ ସଂକେତ ଦେଲେ ମୋଦି: ଓଡିଶାକୁ ପ୍ରାଥମିକତା ଦେବାକୁ ବିଜେଡିର ଦାବି

Advertisment
ଖୁବ ଶୀଘ୍ର କରୋନା ଟିକା ଆସିବା ନେଇ ସର୍ବଦଳୀୟ ବୈଠକରେ ସଂକେତ ଦେଲେ ମୋଦି: ଓଡିଶାକୁ ପ୍ରାଥମିକତା ଦେବାକୁ ବିଜେଡିର ଦାବି

କନକ ବ୍ୟୁରୋ: କୋଭିଡ ଟିକା ଖୁବ ଶୀଘ୍ର ଆସିବା ନେଇ ସର୍ବଦଳୀୟ ବୈଠକରେ ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଜି ବୈଠକରେ ଟୀକା ଓଡିଶା କେମିତି ଆଗ ପାଇବ ସେ ଉପରେ ଫୋକସ କରିଛି ବିଜେଡି ।  ଓଡିଶାକୁ ଅଗ୍ରାଧିକାର ଭିତିରେ ପ୍ରାଥମିକତା ଦେବା ସର୍ବଦଳୀୟ ବୈଠକରେ ଦାବି କରିଛି ବିଜେଡି । ଦଳ ଏଥିପାଇଁ ଦୁଇଟି ପ୍ରସ୍ତାବ ଦେଇଛି ।

ଜାତୀୟ ସ୍ତରରେ ଟୀକାକରଣ ପାଇଁ  ଡାଟାବେସ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଏବଂ  ଟୀକାକରଣ ପାଇଁ ଯେଉଁ ନିଷ୍ପତି ହୋଇଛି ସେହି ଅନୁସାରେ ଟୀକାକରଣକୁ ପ୍ରାଧାନ୍ୟ ଦିଆଯିବ । ବୈଠକରେ କୋଭିଡ ମୁକାବିଲା ନେଇ ଓଡିଶାର ଭୂମିକାକୁ  ପ୍ରଂଶସା କରିଥଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ପ୍ରଧାନମନ୍ତ୍ରୀ ଟୀକା ପ୍ରଦାନକାରୀ ସଂସ୍ଥା ପରିଦର୍ଶନ କରି ଯାହା ଦେଖିଥିଲେ ସେ ନେଇ ସବୁ ଦଳକୁ ଅବଗତ କରାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe